STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Crime

4  

ନାୟକ ଅକ୍ଷୟ ରାଜହସ୍ତୀ

Crime

ଚତୁର୍ଥ ମାଙ୍କଡ଼

ଚତୁର୍ଥ ମାଙ୍କଡ଼

1 min
23.8K

ହେ ବାପୁ,

ନୋଟ ଭୋଟ୍ ର ଫ୍ରେମ୍ ରେ ଥାଇ

ଥରୁଟିଏ ଦେଖ

ତୁମ ପ୍ରିୟ ତିନି ମାଙ୍କଡ଼କୁ

ତଣ୍ଟି ଚିପି ଦଉଡ଼ିରେ ଝୁଲାଇ ଦେଇଥିବା

ଚତୁର୍ଥ ମାଙ୍କଡ଼କୁ କେବେ ଦେଖିଛ???

ତାର ସ୍ୱାର୍ଥ ରେ ଆଞ୍ଚ୍ ଆସିଲା ବୋଲି

ଅସନା ହାତରେ ଦେହକୁଣ୍ଡେଇକୁଣ୍ଡେଇ

ରାଗ ତମ ତମ ରେ ଗଛ ଉହାଡରୁ ଖପ୍ କିନା

କୁଦା ମାରି ସ୍ଵଚ୍ଛତାକୁ ଭୁଲି

ତଣ୍ଟି ଯାଏ ଗଞ୍ଜେଇ ମଦ ପିଇ

କରି ଦେଇଚି ଅପକର୍ମ ।

ଯେଉଁ ହାତ ରେ ଲୁଣ ମାରି

ସତ୍ୟାଗ୍ରହ ରଚି ଦେଇଥିଲ

ସେ ହାତ ଆଜି ଅମାନିଆ ।


ଏଇ ହାତକୁ ବିଶ୍ବାସକୁ କରି

ଠେଙ୍ଗା ଧରି ବିଦେଶୀ କମ୍ପାନୀକୁ

ସିନା ଏ ଦେଶ ରୁ ତଡ଼ି ଦେଇଥିଲ

କିନ୍ତୁ ହେଲା କଣ ଏବେ,

କେବଳ ଗଣତାନ୍ତ୍ରିକ ହତ୍ୟା ।

ବୁଢ଼ା କଥାରେ କିଛି ବି ନାହିଁ

ଉପହାସ ର ତେରଛା ନଜର ଦେଇ

ଆଖି ମିଟି ମିଟି କରୁଚି

ଏବେ ର ଚତୁର୍ଥ ମାଙ୍କଡ଼

ସବୁ ଚିତ୍ର ଓ ଚରିତ୍ରକୁ ଅନେଇ

କରୁଛି ଖେଁ ଖେଁ ଶବ୍ଦ ଝଡ଼..

ଆଉ ଥରେ ଭଲ କରି ଦେଖ

ନୋଟ ଭୋଟ୍ ରେ

କାଚ ଫ୍ରେମ୍ ରେ ଥାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime