Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Comedy Crime Others

4  

Prabhati Mahapatra

Comedy Crime Others

ଲାଜ ନାହିଁ ଆମ ମୁହଁକୁ

ଲାଜ ନାହିଁ ଆମ ମୁହଁକୁ

1 min
231


ଶୁଣ ଭାଇ ମୋର କାହାଣୀ ଶୁଣ

ନେତାଙ୍କର ଅଛି କେତେକ ଗୁଣ

କୁହନ୍ତି ବହୁତ ଲୋକ

ନେତା ଯେ ଆମର ଇଜ୍ଜତ ଭେଖ

ଏ କଥା କୁ ମନେ ରଖ ।

ପାଞ୍ଚ ବରଷ କୁ ପାଛୋଟି ଆଣି

ଆଶା ବୃକ୍ଷ ରୋପି ଛିିଂଚିଲେ ପାଣି

ସେ ଗଛରେ ଯେବେ ଫଳଟି ଧରିବ

କୁଆ ଖାଉ ଥିବ ହୃଦୟ ହାଣି ।

ବୃକ୍ଷ ବଢୁ ଥିବ ବିଶାଳ ହୋଇ

ଯେହ୍ନେ ବଂଧ୍ୟା ନାରୀ ଶୋଭା ବଢଇ

ପଳାଶ ଫୁଲ ସେ ଆକାଶେ ଉଡେ

କିଏ ସେ ଧରିବ ସାହାସ ନୋହି ।

ଯେବେ ପୁରି ଯିବ ତିିିନି ବରଷ 

ଭେଟରେ ଅଚିିହ୍ନା ମୁଖେ ବିରସ

ମନରେ ଉପୁଜେ ଭୟ

କାଳେ ଲିଭି ଯିବ ସମ୍ମାନ ଦୃଶ୍ୟ

ଏକଥାଟା ନିିଶ୍ଚେ ଥୟ ।

ଆଉ ମନେ ନାହିଁ ଅତୀତ କଥା

ମନେ ପକେଇଲେ ହୃଦୟେ ବ୍ୟଥା

ଏହି ରାଜନୀତି ଏହି ଯେ ପ୍ରଥା

ପୋଛି ଦିଅ ମନୁ ଭବିଷ୍ୟ ଗାଥା ।

ପାଂଚ ବରଷରେ ଆମେ ର୍ନିଲଜ

ନମିଳୁ ପଛକେ ଆମକୁ ପେଜ

ପୁଣି ହାତ ଟେକା ଦାନକୁ ଚାହିଁ

ଆଶା ସୁପାତିକୁ କରିଲେ ସଜ

ମନରେ ସାଇତି ପୁୁୁରୁଣା ଧର୍ଯ୍ୟ ।



Rate this content
Log in