ଅହଂକାରର ପରିଭାଷା
ଅହଂକାରର ପରିଭାଷା


ଝିଅଟି ଅଲକ୍ଷରେ ପୁଅଟି ତାକୁ ଦେଖୁଥିଲା. କେଵେ କେଵେ ଆଖି ମିଶିଗଲେ ଝିଅଟି ଲାଜ ନୁହେଁ ବରଂ ଭ୍ରୁକ୍ଷେପ କରୁନଥିଲା.ତାକୁ ଏଭଳି ଗୋଟେ ପୁଅର ଚାହିଁବାର ଉଦେଶ୍ୟ କଣ ହୋଇପାରେ!ହୁଏତ ଗରୀବ ଘର ଯୁବକଟି ଭୋକ ବିକଳରେ ତା ଗୁପଚୁପ ଖିଆ ଉପରେ ନଜର ରଖିଥାଇପାରେ ଵା ତା ଦୃଷ୍ଟିଆକର୍ଷଣ କରି ତା ପ୍ରଭାବଶାଳୀ ବାପାଙ୍କ କମ୍ପାନୀରେ କିଛି ଗୋଟେ ସ୍ଥାୟୀ ବନ୍ଦୋବସ୍ତ କରିବାକୁ କହିବାର ସୁଯୋଗ ଖୋଜୁଥାଇ ପାରେ!ଏମିତି ଏମିତି ଅନେକ ଭାବନା ଭିତରେ ସେଦିନ ଟପ ଟପ ବର୍ଷାରେ ଭିଜି ଭିଜି ମଧ୍ୟ ପୁଅଟି ଏକଲୟରେ ଚାହିଁଥିଲା ଝିଅଟିକୁ ଆଉ ଝିଅଟି ସେହି ପାର୍କରୁ ଗୁପଚୁପ ଖାଇ ବାହାରି ଆସିଲା ବେଳେ ପୁଅଟି ତା ଓଦା ହୋଇଯାଇଥିବା ମୁଣ୍ଡରୁ ଗଡି ଆସୁଥିବା ବୁନ୍ଦା ବୁନ୍ଦା ବର୍ଷା ଜଳକୁ ରୋକିବାକୁ ଯାଇ ତା ମୁଣ୍ଡରେ ଛତାଟିକୁ ମୁଣ୍ଡ ଉପରକୁ ଉଠାଇ ଦେଇଥିଲା ତ ଝିଅଟି ପାଟିରୁ ବାହାରି ଥିଲା ହ୍ବାଟ ରବିସ . ପୁଅଟି ଘୁଞ୍ଚିଗଲା. ତା ପାଟିରୁ ସରି ବାହାରିଛି କି ନାହିଁ ଝିଅଟି ଦୃତ ଗତିରେ ସ୍କୁଟି ନେଇ ଚାଲିଯାଇଥିଲା.
ସେଦିନ ଅପ୍ରତ୍ୟାଶିତ ଭାବେ ଝିଅଟିର ସମସ୍ତ ଅହମିକାକୁ ଧୂଳିସାତ କରି ଗୁପଚୁପ ଖାଇ ମସ୍ତି କରି ବର୍ଷା ଅନ୍ଧାରକୁ ଖାତିର କରୁନଥିବା ଝିଅଟି ଉପରକୁ କୁଦି ପଡିଲେ ଚାରିଜଣ ଗୁଣ୍ଡା ଗର୍ଦ୍ଦି ଭଳି ଲୋକ. ସେମାନଙ୍କ ପୋଷାକ ପରିଚ୍ଛଦ ଓ ପାନଛେପ କଳକଳ ପାଟିକୁ ଚାହିଁ ଝିଅଟି ସ୍ୱଗତ୍ବକ୍ତି କଲା ହ୍ବାଟ ରବିସ!ହେଲେ ସେମାନେ ସରି କହିବା
ପରିବର୍ତ୍ତେ ମାଡିଆସିଲେ ଝିଅଟି ଆଡକୁ.କିଏ କହୁଥିଲା ନାଇଁମ ରାଗୁଛକି ତ କିଏ କହୁଥିଲା ଆମେ ଭାରି ଭଲ ଲୋକ ତ କିଏ କହୁଥିଲା ଡରିଗଲକି ତ କିଏ କହୁଥିଲା ଏଇ ଅନାନି. କହୁ କହୁ କୁଦି ପଡ଼ିଥିଲେ ସେମାନେ.ଝିଅଟିକୁ ଏକ ରକମ ଝାମ୍ପି ଝୁମ୍ପି ଖୁମ୍ପି ଖଣ୍ଡିଆ ଓ କ୍ଷତାକ୍ତ କରିପକେଇଲା ବେଳେ କେହି ଆଗେଇ ଆସିନଥିଲେ ରକ୍ଷା କରିବାକୁ . ସେମାନେ ଚାଲିଯିବା ପରେ ଝିଅଟି ଉଠିବାକୁ ଚେଷ୍ଟା କରି ବି ଉଠିପାରୁନଥିଲା. କୋଉଠି ଥିଲା ସେ ପୁଅଟି ଆସି ଉଠାଇଲା ଖାଲି ଝିଅଟିକୁ ନୁହେଁ ତା ସ୍କୁଟିକୁ ମଧ୍ୟ.ଆଉ ହାତ ଧରି ଉଠାଇ ସ୍କୁଟି ଚଳେଇ ଝିଅଟିକୁ ତାଙ୍କ ଘର ଯାଏଁ ନେଲାବେଳେ କହୁଥିଲା ହ୍ବାଟ ରବିସ. ଝିଅଟି କିନ୍ତୁ ସରି ପରିବର୍ତ୍ତେ କହୁଥିଲା ସବୁ ପ୍ଲାନ ତୋର. ପୁଅଟି ବର୍ଷାରେ ଓଦା ହୋଇ ଝର ଝର କାନ୍ଦିପକାଉ ଥିଲା. ଲୁହ ଗୁଡା ମାଟିମାଆ ଶୋଷି ନେଲାବେଳେ ଝିଅଟି ପୋଲିସ ହାତରେ ଧରେଇ ଦେଇଥିଲା ପୁଅଟିକୁ. ବିନା ପ୍ରତିବାଦ କରି କି ଖସିଯାଇ ପଳାୟନ ପନ୍ଥା ପରିବର୍ତ୍ତେ ପୁଅଟି ଧରା ଦେଲା. ନିର୍ଦୋଷ ପୁଅଟିକୁ ଫାଶୀ ଆଦେଶ ହେବା ଦିନ ଝିଅଟି ଖୁବ ଖୁସି ଥିଲା କିନ୍ତୁ ପୁଅଟି ଫାଶୀ ପାଇବାକୁ ଯିବା ପୂର୍ବରୁ ଝିଅଟି ସହିତ ଶେଷ ଦେଖା କରିବାକୁ ଚାହିଁ ପାଇଯାଇ କେବଳ କହିଥିଲା ସରି. ଆଉ ପୁଅଟି ଫାଶୀ ପାଇବା ପରେ ଝିଅଟି ଚୁପ ହୋଇଗଲା.ପୁରା ଚୁପ. ଆଉ କେଵେ କଥା କହିନଥିଲା ଜୀବନରେ କାହିଁକି ବୋଲି କିଏ କିଏ ପ୍ରଶ୍ନ କଲେ ଝିଅଟି ଆଖିରୁ ଧାରା ଶ୍ରାବଣର ଝର ନିଗିଡି ପଡୁଥିଲା କେବଳ.