STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ମିଛ ପୃଥିବୀ ରେ ସତ ବି ମିଛ 

ମିଛ ପୃଥିବୀ ରେ ସତ ବି ମିଛ 

1 min
4


ପୃଥିବୀରେ ସବୁ ମିଛ ହୋଇପାରେ 
ହେଲେ ଜନ୍ମ ମୃତ୍ୟୁ ସତ 
ସୂର୍ଯ୍ୟ ଚନ୍ଦ୍ର ଯଦି ମିଛ ହୁଏ 
ପୃଥିବୀ ରେ ଦିନ ରାତି ଆତଯାତ 
ମଣିଷ ମିଛ ଦୁନିଆଁ ରେ ସତ ଭଳି 
ଲାଗୁଥିବା ମିଛକୁ କହେ ତୁଚ୍ଛା ସତ 
ବିଦାୟ ବି ମିଛ ଏଠି ଖାଲି ପ୍ରହେଳିକା 
ଗୋଟେ ଜତିପାତ 
ମୃତ୍ୟୁ ଯଦି ସତ ତେବେ ଶ୍ରାଦ୍ଧ ରେ 
ପିତୃପୁରୁଷ ଙ୍କ ଉପସ୍ଥିତ 
କିଏ ବିଶ୍ୱାସ କରେନାହିଁ କୁହ ନଶ୍ୱର 
ଦେହ ଇଶ୍ୱର ନିଅନ୍ତି ଆତ୍ମା ସ୍ଥିର ଚିତ୍ର 
ତିନି ତୁଣ୍ଡରେ ଛେଳି କୁକୁର ଭଳି ଦିଶେ 
ବୋଧେ ଯାଦୁ ସମ୍ଭବତଃ 
ଶୁଣି ଶୁଣି କହୁଥିବା କଥା ସତରୁ ମିଛ 
ପୁଣି ମିଛ ରୁ ହୁଏ ସତ 
ପୁରାଣ ବି କାଳେ ଗପ ପରି ମଣିଷକୁ 
ଦେଖାଇବାକୁ ପାଥେୟ ଓ ପଥ 
ଏମିତି ସବୁ ଖାଲି ମିଛ ଦୁନିଆଁ ରେ 
ବିଶ୍ୱାସ ମୂଳେ ଏ ଜଗତ 
ଭୂମିରୁ ଭୂମା ଗଗନ ପବନ ବାୟୁ ଅନଳ 
ହୋଇଥିବ ଯଦି ସତ ହୁଏତ
ମିଛ ମରା ମରା କହୁ କହୁ ରାମ ରାମ 
କହି ଶ୍ରେଷ୍ଠ ଋଷି ବିଶ୍ଵାମିତ୍ର 
ଏମିତି ଅନେକ କଥା ଶ୍ରାବ୍ୟ ଦୃଶ୍ୟ 
ସ୍ୱଳ୍ପ ସତ ଅଳ୍ପ ମିଛ ଭିତରେ ମୁଦ୍ରିତ
,,,,,,,,,,,,,,,,,,,,,,,,,,,


Rate this content
Log in

Similar oriya poem from Abstract