STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ତୁମକୁ ଦେଖିଲା ପରେ 

ତୁମକୁ ଦେଖିଲା ପରେ 

1 min
16


ମୁଁ ଆଉ ନାହିଁ ମୋ ଭିତରେ 
ତୁମକୁ ଦେଖିଲା ପରେ 
ଆଖିରେ ଅଞ୍ଜନ 
ଓଠରେ କମ୍ପନ 
ହୃଦୟରୁ ଶୁଭେ ଓଁ ଅକ୍ଷର ଥରେ 
ମନରେ ପ୍ରଶାନ୍ତି 
ଅନ୍ତର ରେ ଭକ୍ତି 
କାଳିଆ ରୂପର ଯାଦୁ ଭିତରେ 
ଜଗା ବୋଲି ସେଇ ଅଢେଇ ଅକ୍ଷରେ 
ତୁମକୁ ଦେଖିଲା ପରେ 
ଝୁରୁଛି ଭକତି ପ୍ରେମ ପତରେ 
ଧୂପ ଦୀପ ଝୁଣା ବନ୍ଦାଇ ସାରିଲା ପରେ 
କି ଜଣା ମନ୍ତର 
ଚାଷ ଗହୀରର 
ଭକ୍ତି ଭରା ନମସ୍କାର ମୁଁ କରେ 
ନିଜ ଅନ୍ତରେ ଶୁଦ୍ଧ ଚିତ୍ତ ରେ 
କଳିଆ ଙ୍କ ନାମମାଳା ଜପୁଛି 
ସକଳେ ସଂଜେ ଦ୍ବିପହରେ 
ମଧ୍ୟାହ୍ନ ସାୟାହ୍ନ ପ୍ରତି ପାହାଚପରେ
ସମୁଦ୍ର ଢେଉରେ 
ଆକାଶ ନୀଳ ନୀଳିମାରେ 
ପୁଣି ପୁଣ୍ୟତୋୟା ମନମନ୍ଦିରେ
,,,,,,,,,,,,,,,


Rate this content
Log in

Similar oriya poem from Classics