ଜୀବନର ମୋହ
ଜୀବନର ମୋହ
ସେ ଦେଖିଛତି ; ଜିଭନକୁ ଭରପୁର ଜୀଇଁବାର ମୋହ
ଯାହା ଅଦମ୍ୟ, ଦୁର୍ନିବାର ଓ ଅଂଗୀଭୂତ
ଯେଉଁଥରେ ଫଗୁ ଇଂଘିଯାଏ ଗିରି
ପୁର୍ନବାର ଫେରିଯିବାକୁ ଶୈଶବକୁ-ତାରୁଣ୍ୟକୁ ଓ ଯୌବନକୁ
ଅବ ଚୋରାଇବାକୁ ଓ ମାଛ ଧରିବାକୁ
ଅନୁଭବିବାକୁ ବାତ୍ସଲ୍ୟ ମମତା ଓ ଭଗିନୀର ସ୍ନେହ
ପୂର୍ବଯୌବନା ମୌସୁମୀର ପ୍ରୀତି ଉପହାର
ନିର୍ବାକ୍ ଇଶ୍ୱରଂକ ନିର୍ବିଶଂକ ମୁଦ୍ରା
ଏବେ ସେ ଦେଖତି ; କାବ୍ୟନାୟିକାର ଚୋରା ଚୋରା ପ୍ରୀତି
ସ୍ଵପ୍ନା ବିଷ୍ଟ ସଂଗମର ଗହ ଗହ ବାସ୍ନା
ରଥାରୂଢ ଶୀଙ୍ଖତୀର ଭୀଷ୍ମ ବିଜୟ ଅଭିଯାନ
ପୁଣି ସେ ଦେଖିବେ ; ସ୍ଵପ୍ନ ଏକ ସଜ ସକାଳର-ମହୁଲି ମହଜର
ଦେହାତୀତ ପ୍ରେମର-ଆତ୍ମନିରୀକ୍ଷଣର
ଦୂର ଦିଗ୍ବଳୟରେ ହଜି ଯାଉଥିବା ଭସାମେଘର
ବେଳାବାଲୁକାସ୍ପର୍ଶି ଦୁଗ୍ଧ ଫେନନିଉ ଉର୍ମିମାଳାର ।
