ପ୍ରେମ- ଏକ ପୃଥକ ପରିଭାଷାସଂଜୟ କୁ
ପ୍ରେମ- ଏକ ପୃଥକ ପରିଭାଷାସଂଜୟ କୁ
ରକ୍ତ ଗୋଲାପର ଗହ ଗହ ବାସ୍ନାରେ
ସୀମଂତିନୀ ସତୀର ସମ୍ମୁଜ୍ଜ୍ବଳ ସିଂଦୂର ସିଂଦୁରେ
ପ୍ରତିଲଗ୍ନା ପ୍ରିୟାର ମୌସୁମୀ ସିଷ୍ଠା ପଣତ କାନିରେ
ଆସିଛି ପ୍ରେମର ପ୍ରଥମ ଚଇତି ପର୍ବ ।
ସଂପର୍କର ସୁରମ୍ୟ ଗୃହନଶୀଳତାରେ
ଏକ ପରିବର୍ତିତ, ପୃଥକ ପରିଭାଷାରେ
ପ୍ରଗତିଶୀଳ ଆଭିମୁଖ୍ୟର ନବସର୍ଜନାରେ
ଆସିଛି ପ୍ରେମର ଭିନ୍ନ ଏକ ଦିଗଂତ ।
ଅନଂତ ଯୌବନା ମୌସୁମୀର ଅପେକ୍ଷିତ ଆଗମନରେ
ନବଦୁର୍ବାଦଳରେ ଶୋଭିତ ପ୍ରକୃତି ରାଣୀର ବୈଚିତ୍ରରେ
ବନ୍ୟ ମୟୂରୀର ଚପଳା, ଚଲଙଚଳା ରିମ୍ଝିମ୍ ନୃତ୍ୟରେ
ଆସିଛି ପ୍ରେମର ଚଉହଦୀ ।
ଗୋଧୂଳୀ ସଂଧ୍ୟାରେ ପ୍ରତିପୁଷ୍ପା ଗ୍ରାମ୍ୟ କିଶୋରୀର ଘରବାହୁଡାରେ
ଭାଗବତ ପୁଂଗୀରେ ସମ୍ବାଦ ଓ ଭଜନର ମିଳିତ ସାହାନାଇରେ
ପଥଭ୍ରଂତ ଶ୍ରମିକର ପ୍ରଶଂତ ପ୍ରଲେପରେ
ଆସିଛି ପ୍ରେମର ଅକୁହା କାହାଣୀ ।
ନଷ୍ଟଙ୍ଗଧର୍ବର ଅଂତରଂଗ ଅସହାୟତାରେ
ଗୃହଙଦୀ ବାଲ୍ମୀକିଂକ ଅନ୍ୟ ଏକ ରାମାୟଣରେ
ପରିତ୍ୟକ୍ତ ମାନବିକତାର ଅପଂକ୍ତେୟ ପ୍ରାସଂଗିକତାରେ
ଆସିଛି ପ୍ରେମର ପରାବ୍ଧ ଓ ପ୍ରତ୍ୟୁଷ ପର୍ବ ।
