ପରିଚୟଏବେ ମୁଁ, ତୁମେ ଓ ସେମାନେସ
ପରିଚୟଏବେ ମୁଁ, ତୁମେ ଓ ସେମାନେସ
ଏବେ ମୁଁ, ତୁମେ ଓ ସେମାନେ
ସମସ୍ତେ ଖୋଜିଚାଲିଛ ତି ନିଜକୁ
ନିଜର ପରିଚୟକୁ-ବେହଳାକୁ
ଦେହ ଓ ଦାହର ପ୍ରଚକ୍ଷୁରେ
ଝାଉଁବଣ ଓ କାକ୍ଟସ୍ର ଜଂଗଲ
ଶବ୍ଦର ଦୋଳି ଖେଳୁଛି ଅଂଧ ଚିତ୍ରକର
ଭୋକର ଭୂଗୋଳ ଓ ଦାରିଦ୍ର୍ୟର ଜ୍ୟାମତିରେ
ଅର୍ଥାତ୍ମକ ବ୍ୟସ୍ତ ବିବ୍ରତ
ଫେଶନ୍ର ରୋଷଣୀରେ ବାକି ଅଧେ
ଉତ୍ତର ଆଧୁନିକତାର ପ୍ରତୀକ
ଏହି ଦୁର୍ଗ ନର୍କର ମଧ୍ୟବର୍ତୀ ଉଲାକାରେ
କବି ପ୍ରଶ୍ନ କରେ ନିଜକୁ- ପୁଂ କର୍ତବ
ଶବ୍ଦର ଯାଦୁରେ ଓ ଭାଷାର ସାବଲୀଳତାରେ
ଝରି ଆସେ ଲେଖନୀ ମୂଳରେ ଏକ ଶ୍ରାବଣୀ କବିତା
କବି ତ ପରିଚୟ ପାଇଗଲା - ଆଉ ଅନ୍ୟମାନେ
କରଂତୁ ଆହୁରି କୃଚ୍ଛ୍ର ସାଧନା
ବଂଦୀ ହୋଇ ଅସହାୟତାରେ
ପାପ ତାପ ନିବାରି ଏମାନେ ବାହାରିଥାତି
ଯୋଜନାଙ୍ଗଧଅ-ସ୍ଵପ୍ନ ଓ ଡେଫୋଜିଲ୍ସ
ନିର୍ବାକ୍ କାରୁଣ୍ୟରେ ଖୋଜି ପାଆଂତି ନିଜକୁ-ନିଜର ପରିଚୟକୁ ।
