ହେ ପ୍ରଭୁ ମୋତେ ରକ୍ଷାକର
ହେ ପ୍ରଭୁ ମୋତେ ରକ୍ଷାକର
ଧନ ସନମାନ ବଳ ପରାକ୍ରମ
କିଛି ନୁହେଁ ଚିରନ୍ତନ
ସମୟ ଚକ୍ରରେ ଢଳଇ ବୟସ
ମୁଠାଏ ମାଟି ଜୀବନ
ବୃଥା ଗର୍ବ ଅହଙ୍କାର
ଜନ୍ମ ହୋଇ ଦିନେ ମରିବାକୁ ହେବ
କେହି ନୁହେଁ ଆପଣାର ।
ହୁଏ ଦିନରାତି ସୁଖ ପରେ ଦୁଃଖ
ସଂସାର ବଡ ଅସ୍ଥିର
କ୍ଷଣିକ ମାୟାରେ ବାନ୍ଧି ହୋଇ ମନ
କହେ ସବୁ ମୋର ମୋର
ଦେଖାଏ ଆତ୍ମ ବଡିମା
ଅରଜେ କ୍ଷମତା ଧନ ଭୂସମ୍ପଦ
ବୃଦ୍ଧି କରେ ପୁଞ୍ଜିଜମା ।
ଛୁଟିଗଲେ ପ୍ରାଣ ଏ ଶରୀର ଜଡ
ଶୀତଳ ଦେହ ଅଚଳ
ମରୀଚିକା ପ୍ରାୟ ଦୁଃଖ ଆଉ ସୁଖ
ଛାଇ ଆଲୁଅର ଖେଳ
ହରି ନାମ ଏକା ସାର
ଭବ ପାରାବାର ନାବିକ ଈଶ୍ୱର
ମୋତେ ପ୍ରଭୁ ରକ୍ଷାକର ।
