ହତ୍ଯାଆଖି ପୂର୍ଛିଳାକେଜୁଆନ୍ ପିଲ
ହତ୍ଯାଆଖି ପୂର୍ଛିଳାକେଜୁଆନ୍ ପିଲ
ହତ୍ଯା
ଆଖି ପୂର୍ଛିଳାକେ
ଜୁଆନ୍ ପିଲିଟାକେ ଘେରିଗଲେ
ଚକୁ ଛୁରୀରେ ଭୁଷି ଦେଲେ
ପିଲା ଲଥ୍ କରି ପଡିଗଲା
ପାଖ ପଡୋଶୀ ଦେଖଣାହାରୀ ସମସ୍ତ କୁଟିଗଲେ
ନିଜର ସ୍ନେହାଣୀର୍ବାଦ ଜଣାଇବାକୁ
ହେଲେ ଲାସ୍ ବା କ’ଣ କରିପାରେ ?
ପୋଲିସ ଆସି ପୋଷ୍ଟମର୍ଟମ ପାଇଁ ନେଇଗଲେ
ଏ ପଟେ ସାହିରେ ପୋଷ୍ଟମର୍ଟମ ଆରଂଭ
ସବୁ ଯାକ ଅନଂତ ଆରଂଭ- ଶେଷ ନାହିଁ
ଏପରି ଶୂନ୍ୟତାକୁ ଜଗିବାରେ ଶୋଷ ବି ନାହିଁ
ଜନସମୁଦ୍ରରୁ ଆଞ୍ଜୁଳାଏ ପାଣି କିଏ ଜଣେ ଢୋକି ନେଲା
ସେଥିରେ ସମୁଦ୍ରର ସ୍ଵର କ’ଣ ? ସ୍ଵର ମାଧୁର୍ଯ୍ୟ କଣ ?
ଏବେ କଣ ଜନମଂଚ ବା ଲୋକ ଅଦାଲତ ବସୁଛି ?
କଣ ବା କରିବେ ସେମାନେ
ଏ ମହାପ୍ରତାରଣା ଓ ପ୍ରଶଂଚନାର ଉଇକ୍ଏଣ୍ଡରେ
ସୋମବାର ଅଭିଯୋଗ ଦିବସ- ସେଠିକି ଆସିପାର
ଯୁବକର ମୃତତ୍ଵ ଓ ଅଭିଯୋଗ ଶୁଣାଣି ମଧ୍ୟରେ
ଅଯଥା ବ୍ୟଂଳବର ଦିଗଂତପ୍ରସାରୀ ସମୁଦ୍ର
ଏଇଥରେ ହିଁ ସେ ବୁଝିଯିବ- ସମସ୍ତେ ବୁଝିଯିବେ ।
