STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଶବ୍ଦ-ବ୍ରହ୍ମକ୍ରମଶଃ ଅତିକ୍ରାତ ମୁ

ଶବ୍ଦ-ବ୍ରହ୍ମକ୍ରମଶଃ ଅତିକ୍ରାତ ମୁ

1 min
152

ଶବ୍ଦ-ବ୍ରହ୍ମ

କ୍ରମଶଃ ଅତିକ୍ରାତ ମୁହୂର୍ତ ମାନଂକର ହିସାବ ରଖୁ ରଖୁ

ଶୁଭେ ନାଦର- ନାଦବ୍ରହ୍ମକ କୁହୁକିତ ବଚନ

ଆଜିର ଏ ମାହେନ୍ଦ୍ର ବେଳାରେ

ସେ ଶପଥ ପାଠ କରାଇବେ ସାଧାରନ ଜନତାଳୁ

ଏକୀକୃତ, ସମର୍ପିତ ପ୍ରଚେଷ୍ଟାରେ ତ୍ୟାଗ ଓ ତିତିକ୍ଷାରେ

ଅସାଧ କାର୍ଯ୍ୟ ବି ସମାହିତ ହୁଏ ବିନା ବଂଦରେ

ରକ୍ତଗୋଲାପର ଶହ ଶହ ବାସ୍ନାରେ ସେ ହେବେ ମାଁ।ହିତ

ଚିରକ୍ଷର ସୁରଭୀ ଓ କାମଧେନୁ ଦେବେ ଅଫୁରଂତ ପ୍ରାଣପ୍ରାଚୁର୍ଯ୍ୟ

ଏ ତ ଅସରଂତି ରାସ୍ତା- ଅସରଂତି ଯାତ୍ରା

ଅନତିକ୍ରମଣୀୟ ଦୂରତ୍ୱର ସାକ୍ଷୀ ସେ ମାଇଲଖୁଟି

ଓଁ କାର ନାଦରେ ନିନାଦିତ ବିଶ୍ବ- ସମସ୍ତ ବ୍ରହ୍ମାଣ୍ଡ

ସେ ଶବ୍ଦାୟିତ ତରଂଗରେ ଜୁଆରର ମୂର୍ଚ୍ଚନା

ଅସରଂତି ବର୍ଷାପାତରେ ଉଜାଣି ଯମୁନା

ଶ୍ରୀକୃଷକ ଗିରି ଗୋବର୍ଦ୍ଧନ ଲୀଳା

ସ୍ଵପ୍ନର ଫସିଲ ସବୁ ଗଦା ହୋଇଛି

ଶବ୍ଦାୟିତ ଅରଣ୍ୟ ବୁକୁରେ

ନାଭି ୱିନରେ ତାର ଗତାଗତର କୋଳାହଳ

ନୀରବି ଯାଇଛି ଶବ୍ଦ ବ୍ରହ୍ମକ ସମାଧୂ ପୀଠରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics