ବିଶ୍ଵାସ
ବିଶ୍ଵାସ


ଦାନ, ଧର୍ମ, ଭିକ୍ଷା, କ'ଣ ଯେ
କୌଣସି ଶାସ୍ତ୍ରରେ ବର୍ଣ୍ଣିତ!
ମୁଁ ଆଶ୍ଚର୍ଯ୍ୟ!
ଏ ପରା ମିଥ୍ୟା ପାପର
ବ୍ୟବସାୟ, ଧନ୍ଦା ସେ ପାଖଣ୍ଡିଙ୍କ…
ତୁମେ ତ ଆତ୍ମା
ଏ ଶରୀର ଯେ କେବଳ
ଏକ ଖୋଳପା, ବସ୍ତ୍ର ମାତ୍ର
ଯାହା କୁହନ୍ତି ଶ୍ରୀକୃଷ୍ଣ ।
ତୁମର ଆବଶ୍ୟକତା
କେବଳ ଆତ୍ମବିଶ୍ଵାସର
ଯେ,
ତୁମେ ଏହି ବ୍ରହ୍ମାଣ୍ଡର ସାକ୍ଷୀ
ତେବେ ସଂପୂର୍ଣ୍ଣ ବିଶ୍ଵ ହିଁ ମୋର
ଏତିକି ଯଥେଷ୍ଟ
ଅନ୍ୟ କିଛି ବିଶ୍ଵାସର
ଯଥାର୍ଥତା ଲୋଡ଼ାନାହିଁ ।
ବିଶ୍ଵାସ ଅର୍ଥ
ବିଷର ବାସ
ସେଥିପାଇଁ, ଅନ୍ୟପ୍ରତି
ଏହାର ଆବଶ୍ୟକତା ବା କ’ଣ?
ଅଷ୍ଟବକ୍ରଙ୍କ ଭାଷାରେ
ତୁମର ନିଜପ୍ରତି ବିଶ୍ଵାସ ହିଁ
ଯଥେଷ୍ଟ
ମୃତ୍ୟୁପରେ
ଆତ୍ମାର ଶାନ୍ତିପାଇଁ
ପ୍ରାର୍ଥନା, ପିଣ୍ଡ ଆଦି
ଯେଉଁ ପ୍ରଥାସବୁ, ବ୍ୟର୍ଥ
କାରଣ ସେ ତ ଶରୀରର ସମାପ୍ତି
ଆତ୍ମା ତ ଅମର
ସେ ପ୍ରାର୍ଥନା, ଭକ୍ତି
ମୂଲ୍ୟହୀନ...
ଜୀବିତାବସ୍ଥାରେ କାହିଁ
ସେ ଭଲପାଇବା, ଭକ୍ତି!