STORYMIRROR

Naresh Kumar Behera

Inspirational Others

3  

Naresh Kumar Behera

Inspirational Others

ରାବଣ ସାଜିବା ବି ଏତେ ସହଜ ନୁହେଁ..

ରାବଣ ସାଜିବା ବି ଏତେ ସହଜ ନୁହେଁ..

1 min
27.9K


ରାବଣ ସାଜିବା ବି ଏତେ ସହଜ ନୁହେଁ...

ରାବଣରେ ଯଦି ଥିଲା ଅହଂକାର,

ପଶ୍ଚାତାପ ବି ଥିଲା ତା’ଠି

ରାବଣ ଯଦିଓ ଥିଲା କାମୁକ

ଥିଲା ସେ ସଂଯମୀ, ନାହିଁ ଯେ ସନ୍ଦେହ...

ଥିଲା ଯଦି ସେ ଶକ୍ତିଶାଳୀ, ପରାକ୍ରମୀ, ବୀର

କରିପାରି ସୀତାଂକୁ ଅପହରଣ;

ତଥାପି ଥିଲା ସେ ସଂକଳ୍ପବଦ୍ଧ

ନ ଛୁଇଁବାକୁ କେଉଁ ପରସ୍ତ୍ରୀ

ବିନା ସହମତିରେ ...

ଯଦିଓ ସୀତାଂକୁ ପାଇଲେ ରାମ

ନିଜ ସହସ୍ର ବଳେ ଓ ଯୁଦ୍ଧେ,

କିନ୍ତୁ ସୀତା ଯଦିବା’ ଥିଲେ ପବିତ୍ର

କେବଳ ରାବଣର ମର୍ୟାଦାରେ...

ହେ ରାମ୍!

ତୁମ ଯୁଗର ରାବଣତ’

କାହିଁ କେତେ ଗୁଣୀ, ଜ୍ଞାନୀ, ଧର୍ମପରାୟଣ,

ସହନଶୀଳ, ହୋଇବି

ନିଜର ଦଶାନନକୁ ଲୁଚେଇ ନଥିଲା..


ଜାଣିବାକୁ ସଦା ସେ ପ୍ରୟତ୍ନ

ଜଳୁଥିବା ଦଶାନନ ରାବଣର

ଆଜିର ଏ ପର୍ବେ

ଖୋଜୁଥାଏ ଖାଲି

ଚିହ୍ନିବାକୁ

କିଏ ଅଛି ରାମ, କିଏ ଅଛି ରାମ... ||

(ହିନ୍ଦୀ ଅନୁବାଦ କବିତା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational