STORYMIRROR

Naresh Kumar Behera

Others

2.5  

Naresh Kumar Behera

Others

ପଢିବାକୁ ବେଳକାହିଁ?

ପଢିବାକୁ ବେଳକାହିଁ?

1 min
14K


ଯୁଗବଦଳିଲାଣି

ବହି ଆଇବୁକ୍ ହେଲାଣି

ପାଠ୍ୟପୁସ୍ତକ ଭିଡିଓ ହେଲାଣି

ଆଉ ପିଲେ ଡିଜିଟାଲ!

ହେଲେ, ପଢିବାକୁ ବେଳକାହିଁ?


ଇଣ୍ଟେର୍ନେଟ ଫ୍ରୀ ହେଲାଣି

ଟିଭି ସିରିୟଲ ସବୁ

ପ୍ରାଇମ୍ ହେଲାଣି

ୱାଟ୍ସଆପ୍ ଫେସବୁକରେ

ଦିନ ଗଲାଣି

ପୁରାଣବହି! ଧୁଳି ଲାଗିଲାଣି

ଆଉ, ପଢିବାକୁ ବେଳକାହିଁ?


ଅଳ୍ପ ଶିକ୍ଷାରେ ପିଲା ଡାକ୍ତର ହେଲେଣି

ଅକ୍ଷର ଯେ ବୁଝିହେଉନି!

ଟିଚରମାନେ ପୁରା ବ୍ୟସ୍ତ

ମୋବାଇଲ ଫେଭିକୁଇକ ହେଲାଣି

ଶହଶହ ଖାତା କେତେଯେ ଦେଖିବେ

ଆଖିବୁଜା ଟିକ୍ ମାରିଲେଣି

ଆଉ, ପଢିବାକୁ ବେଳକାହିଁ?


ଦିନସାରା ଟୁଙ୍ଗ ଟାଙ୍ଗ ବିପ୍ ବିପ୍

ଟାଗ୍ ଉପରେ ଟାଗ୍

ମେସେଜ ଉପରେ ମେସେଜ

ପୋଷ୍ଟିଂର ଗୋଟେ ସେକେଣ୍ଡରେ କିନ୍ତୁ

ଦିଏ ଯେ ରିପ୍ଲାଇ

ବାଃ ବାଃ ଭେରି ଗୁଡ;

ଆଉ, ପଢିବାକୁ ବେଳକାହିଁ?


ବିଜୟ ନିରବ ଭାଗବାଣ୍ଟିଦେଇ

କରୁଛନ୍ତି ମଧୁଚନ୍ଦ୍ରିକା

କଳାଧନ ଧଳାହେବାରେ ଲାଗିଛି

ଅଗାଣ୍ଡିଆ ରଜାର

ପାଳଚୁଣ୍ଟା ମୂର୍ଖମନ୍ତ୍ରୀ

ଦେଶର ଭବିଷ୍ୟ ପିଲାଙ୍କ ହାତରେ

ହେଲେ, ହାତେ ତ’ ମୋବାଇଲ ପେଢି !

ପଢିବାକୁ ବେଳକାହିଁ?

ଜାଣିବାକୁ ବେଳକାହିଁ?


Rate this content
Log in