ଏକାନ୍ତରେ
ଏକାନ୍ତରେ

1 min

7.1K
ଏକାନ୍ତରେ ହୃଦୟକୁ ବାଧିଗଲେ କେବେ,
ଆସିଯାଏ ସିଏ ପାଶେ ପାଶେ
ଅଧର ଚୁପ୍ଚାପ୍ କହିଯାଏ କେତେ
ପ୍ରଶ୍ଵାସ ଦୀର୍ଘରେ ଚାଲିଥାଏ ଯେତେ |
ଆଖିରେ ନାଚି ଉଠେ ପ୍ରତିଛବି,
ତା’ର ଚେହେରା ଓ ଭାବନାରେ
ଆଇନାରେ ଦେଖେ ଯେବେ,
ଏକ ସାମାନ୍ୟ ପ୍ରଶ୍ନକୁ ନେଇ |
କିଛିତ ନିଶ୍ଚୟ କରିନଥିଲି, କିନ୍ତୁ
ଆଜି ମୁଁ ତା’ରି ପ୍ରତୀକ୍ଷାରେ,
ଭାବନାରେ କେବେ ସମନ୍ଵୟ ହେଲେ,
ସ୍ୱପ୍ନଟି ହଜିଯାଏ ଦୂର ଦିଗ୍ବଳୟେ |