STORYMIRROR

Naresh Kumar Behera

Others Tragedy

3  

Naresh Kumar Behera

Others Tragedy

ପ୍ରତାରଣା

ପ୍ରତାରଣା

1 min
26.5K


ମୋ ଅଜାଣତରେ ତୁମେ

କେବେ ଭଲ ପାଇ ବସିଲ

ପାଗଳି ପରି ସବୁଆଡ଼େ

ଦେଣ୍ଡୁରା ପିଟିଲ,

ପୁଣି, ଗଢିଦେଲ

ସମ୍ପର୍କରେ ଏକ ଅଭୂଲା ପରିଚୟ॥


ଯାହା ପରଖିବାକୁ ଯାଇ

ମାଗିଥିଲି ଚୁମାଟିଏ

ତୁମେ କିନ୍ତୁ ଢାଳି ଗଲ

ନିଜର ସର୍ବସ୍ଵ ।

ମୋର ସଂପୂର୍ଣ୍ଣ ଚେଷ୍ଟା

ଓ ବିରୋଧସତ୍ଵେ

ତୁମେ ଭାଙ୍ଗି ଚାଲିଲ

ଅନେକ ପ୍ରତିବନ୍ଧ ଏ ସମାଜର

କେବଳ ତୁମର ପାଗଳାମି

ଭଲପାଇବାର,

ମୋ ବିଶ୍ଵାସର॥


ହେଲେ, ମୁଁ କିନ୍ତୁ ଥିଲି

ଅଙ୍ଗୀକାର ବଦ୍ଧ

ଆମ ଦୁହିଙ୍କ ପରିବାରପାଇଁ

ଗଢିଥିବା ଏକ ଅଦୃଶ୍ୟ

ପ୍ରେମ ଆଉ ବିଶ୍ଵାସର

ସେଇ ସେତୁବନ୍ଧପାଇଁ॥


ଆଉ ଶେଷରେ

ନପାଇବାର ଅବଶୋଷରେ

ତୁମେ ଦେଲ ମୋତେ ଆଖ୍ୟା

‘ମି-ଠୁ’ ପ୍ରତାରଣାରେ

ଯାହାକୁ ଭାବିଲେ ଲାଗେ

ଏକ ଦୁଃସ୍ଵପ୍ନ ପରି

କିନ୍ତୁ, କଷ୍ଟ ଲାଗେ ଯେବେ ଭାବେ

ତୁମେ ସେହିତ’ ଯିଏ ଦିନେ

‘ଆଇ ଲଭ ୟୁ’ର ପ୍ରତ୍ୟୁତ୍ତରରେ

ଡରିଡରି କହୁଥିଲ

‘ମି-ଠୁ’ ‘ମି-ଠୁ’ ବୋଲି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍