ଭକ୍ତି
ଭକ୍ତି

1 min

7.2K
ଅନାବଶ୍ୟକ ତୁମର ସେ
ଅଯଥା ଆଡମ୍ବର
ଯାହା ତୁମେ କର
ସେ ଭଗବାନଙ୍କ ପ୍ରାପ୍ତି ବା ଦର୍ଶନାର୍ଥେ
କେବଳ ଏକାନ୍ତ ଧ୍ୟାନକୈନ୍ଦ୍ରିକ ହିଁ
ଯଥେଷ୍ଟ ।
ତୁମର ଯାହା ସବୁ ଏ ପାର୍ଥିବ
ନିରର୍ଥକ
ତୁମେ, ତୁମର ସବୁକିଛି ତ
ସେ ପୂର୍ବଜନ୍ମର
ଆଉ, ଯାହା ତୁମ ମୃତ୍ୟୁପରେ ।
ଯାହାପାଇଁ ତୁମେ ଆଜି
ଧଇଁସଇଁ
ଦୌଡ଼ିଦୌଡ଼ି ଗଲ ଥକି
ସେ କିନ୍ତୁ ଅପେକ୍ଷାରେ, ତୁମର
ନିରବତାରେ...
ଦିବ୍ୟତା ଦୌଡ଼ିବାରେ ନୁହେଁ,
ଧୀରସ୍ଥିରତାରେ...
କିଏ କୁହେ ଭଗବାନଙ୍କୁ
ଦେଖିବାରେ ଅକ୍ଷମ ତୁମେ,
ବାସ୍ତବରେ,
ତାହା ଆବଶ୍ୟକ ହିଁ ନାହିଁ
ଅଷ୍ଟବକ୍ରଙ୍କ ଭାଷାରେ ॥