STORYMIRROR

Kabiratna Nutan Kumar Behera

Abstract Classics

3  

Kabiratna Nutan Kumar Behera

Abstract Classics

ଫେରନ୍ତା କି ଶୈଶବ...?

ଫେରନ୍ତା କି ଶୈଶବ...?

1 min
198


ଜୀବନ ଯାତ୍ରାର ପଥେ ପଥେ

ଅନିର୍ଦ୍ଦଷ୍ଟ ଦୂରତାକୁ ନିଜ ଇଚ୍ଛାରେ

କରୁ କରୁ ଅତିକ୍ରମ ଦ୍ରୁତଗତିରେ

ପଛକୁ ଚାହିଁଲେ ଦିଶେ ସେ ଅତୀତ

ସ୍ମୃତିମାନେ ସବୁ ବିଚ୍ଛେଦରେ

ଏକାକୀ ହେଉଥାନ୍ତି କେତେ ହନ୍ତସନ୍ତ

ମଧୁର ସେ ବିଗତର ଅନୁଭବ

ଝୁରି ହେଲେ ମନେ ଆସେ ବିଷାଦ

ଭବିଷ୍ୟତ ଯେ ଘନ ଅନ୍ଧକାର

ଆଗକୁ ଦିଶେନା ସେ ପଥ ର ନକ୍ସା

ଅତୀତ ସହିତ ତାକୁ ଆନୁମାନିକ

କଲେ ଯେତେ ପ୍ରକାର ତୁଳନା 

ଭାରସାମ୍ୟ ରହେନା ହୁଏ ସନ୍ତୁଳିତ

କି ସୁନ୍ଦର ଥିଲା ସେ ପିଲାଦିନ

ରହି ବାପାମା'ଙ୍କର ସ୍ନେହ ମମତାରେ

ଗୁରୁ ଗୁରୁଜନଙ୍କ ଅନୁଶାସନରେ

ହେଉ ଥିଲି ଆନନ୍ଦରେ ଆତ୍ମବିଭୋର

ନ ଥିଲା କିଛି ମାନସିକ ଚାପ

ରଙ୍ଗୀନ ପ୍ରଜାପତି ପରି ଥିଲି ମୁକ୍ତ

ଉଡି ବୁଲୁଥିଲି ଫଗୁଣର ମହକରେ

ସପନ ଥିଲା ସବୁଜ ସୁନ୍ଦର ଅସରନ୍ତି

ଉତ୍ସାହ ଉଦ୍ଦିପନା ଆଣି ଦେଉଥିଲା

ମନରେ ଅପୂର୍ବ ଶୁଭ ଭାବନା

ଆଙ୍କି ହୋଇ ଯାଉଥିଲା କେତେ ଛବି

ସ୍ବାଗତ କରି ଡାକୁଥିଲା ସମ୍ଭାବନା

ପାଇବା ହରାଇବାର ନ ଥିଲା

ମନରେ ଟିକିଏ ବି ଅନୁଶୋଚନା

ହଜି ଯିବା ଖୋଜି ଆଣିବାର

ଲୁଚକାଳି ଖେଳ ମଧ୍ୟରେ ଥିଲା ତୃପ୍ତି

ନ ଥିଲା ମିଛ କାମନାର ଆସକ୍ତି ଅଶାନ୍ତି

ସ୍ଵଚ୍ଛ ଥିଲା ମନ ପବିତ୍ର ଥିଲା ହୃଦୟ

ନ ଥିଲା ମାନ ଅଭିମାନର ପକ୍ଷପାତୀତା

କି ଆଭିଜାତ୍ୟର ମିଛ ଅହଂକାର

ନଥିଲା ଅର୍ଥ ଚିନ୍ତା କି କ୍ଷମତାର ଲିପ୍ସା

ଥିଲା କେବଳ ଆତ୍ମୀୟତାର ପରିବେଶ

ଜୁଝିବାକୁ ପଡୁ ନ ଥିଲା କା' ସାଥେ

ଦେଖାଇ ନିଜର ଗର୍ବ ଦମ୍ଭପଣ

ଅଝଟ ଅବୁଝା ମନ ଜିଦି କରୁଥିଲା

ବେଳେ ବେଳେ ଖିଆଲରେ ସତ

ମାତ୍ର ସେ ଆକାଶର ଭସା ବାଦଲ ପରି

ପର ମୁହୂର୍ତ୍ତରେ ଯାଉଥିଲା ଅପସରି

ବାସ୍ତବିକ ସେ ବାଲ୍ୟ ଚପଳତା 

ବିକାଶି ପ୍ରକାଶିବାର ଥିଲା ଏକ ଉତ୍ସ

ଜୀବନର ପରିଣତ ବୟସରେ ବି

ସେ ଅତୀତର ସ୍ମୃତିସବୁ ହୁଏ ସତେଜ

ମନ କହେ ଫେରନ୍ତା କି ଶୈଶବ ?

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract