ଖରା କାଳ
ଖରା କାଳ
ତୁମର ଏ ଅତର୍କିତ ପ୍ରବେଶ
ମୁଁ ଭାବି ପାରୁନି
ସତରେ ତୁମେ ଆସିଛ
ଅବିଶ୍ବାସ ର ଝଲକ
ମୁହୂର୍ତ୍ତ ଟିଏ ପାଇଁ
ଖେଳି ଗଲା ଚଞ୍ଚଳତା
ମୋ ପ୍ରତି ଟି ଅଙ୍ଗରେ ।
ଶୂନ୍ ଶାନ୍ ଚାରି କାନ୍ଥ ଭିତରେ
ଫାଇଁ ଫାଇଁ ଶବ୍ଦ
ବିଦ୍ୟୁତ ଫଙ୍ଖାର
ଲୁଚାଇଛି ଦୀର୍ଘ ଶ୍ଵାସ
ତୁମର
ସତେକି ବୈଶାଖ ଝାଞ୍ଜି
ଦିନ ଦ୍ବିପ୍ରହର ର ।
କ୍ଷୀଣ ସ୍ଵର
ଗିଲାସେ ଥଣ୍ଡା ପାଣି
ସତେକି ଜୀବନ କରୁଛି ସଙ୍ଘର୍ଷ
ଢକ୍ ଢକ୍ ଶବ୍ଦ
ଦୁଇ ଚାରି ଥର
ବଞ୍ଚିଗଲା ମଣିଷ
ଏ ଧୂ ଧୂ ଖରାକାଳଟାରେ
ଅନୁପସ୍ଥିତ ତୁମର
କ୍ଷତାକ୍ତ କରୁଥିଲା ହୃଦୟ
ବାରମ୍ବାର ବାରମ୍ବାର ।
