STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୪୫

ସନେଟ -୪୫

1 min
13.6K


ତେଜିଲେ ଭରସା


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ତପନଜା କୂଳେ କାହ୍ନୁ ଗୋଧୂଳି ଲଗନେ

ତଣ୍ଡକ-ନେତ୍ରୀ ମିଳନ ଆଶା ପୋଷିମନେ ।।

ତକାଇ ଥିଲେ ବାପୀହ ଯଥା ନବଘନେ

ତାମରସ ଯଥା ବାଳ-ଅରୁଣ କିରଣେ ।।

ତ୍ରସ୍ତ ହୋଇ ପଞ୍ଚବାଣେ ଧୈର୍ଯ୍ୟଚ୍ୟୁତ ହେଲେ

ତ୍ରାହିକର ଖେଦୁ ବୋଲି ତ୍ରିନେତ୍ରେ ଧ୍ୟାୟିଲେ ।।

ତଡତି ଆସିଲା ମାଡି ଧରା ବୁକେ ରାତ୍ର

ତନୁ କମ୍ପିଲା ଯେସନେ ତତପତ୍ରୀ ପତ୍ର ।।

ତନୁରସ ଘମ ଘମ କଦନୁ ବହିଲା

ତନ୍ଦ୍ରିତ ଶରୀର କ୍ରମେ ଅବଶ ହୋଇଲା ।।

ତାରାପତି ଛାୟାପଥେ ତହୁଁ ଦେଖା ଦେଲେ

ତନ୍ଦ୍ରାଯୁକ୍ତ ନନ୍ଦବଳା ଭରସା ତେଜିଲେ ।।

ତମପ୍ରଭ ତମସ୍ୱିନୀ ଝଟଟି ଘୁଞ୍ଚିଲା

ତମକବଳ ବଦନ ଜବେ ଶୁଷ୍କ ହେଲା ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics