STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୪୮

ସନେଟ -୪୮

1 min
13.4K


ସାଲବେଗ ପ୍ରଣିପତ୍ୟ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଧନ୍ୟ ଧନ୍ୟ ସାଲବେଗ ଧନ୍ୟ ତୁମ୍ଭ ମାତା,

ପୂର୍ଣ୍ଣ ମାତୃଗୁଣେ ଦେଲେ ଯେଉଁ ଶ୍ରେଷ୍ଠ ଶିକ୍ଷା ।।

ତିମିର ଆବୃତ ମନେ ବିଂଛି ଜ୍ଞାନାଲୋକ

ଘୁଞ୍ଚାଇଲା ଏକାବେଳେ ଭ୍ରମ-ଯବନିକା ।।

ଜୀବନ ନାଟକୁ, ଲଭି ଅଭୂତ ସୁଜ୍ଞାନ

ତୁଚ୍ଛ ମଣିଲ ବାସବ ପଦବୀ,କୁବେର -

ସମ୍ପତ୍ତି, ଧ୍ୟାୟିଲ ଭବନାଥଙ୍କୁ ନିରତେ

କାମ,କ୍ରୋଧ,ଲୋଭ ମୋହ ବିମର୍ଦ୍ଦନକାରୀ

ଆଶୀର୍ବାଦେ ଜବେ ହେଲ ସମ୍ପୂର୍ଣ୍ଣ ଆରୋଗ୍ୟ ।।

ସନ୍ନ୍ୟାସୀ ଦୀକ୍ଷା ସେ ଦିନୁ କରି ଆଲମ୍ବନ

ପୂଜିଲ ପୁରୁଷୋତ୍ତମ ପଙ୍କଜ ପୟର

ହୃଦୟ ସ୍ପର୍ଶୀ ଜଣାଣ ଗାଇ ଟଳାଇଲ

କାଳିଆ କାଞ୍ଚନ ସନେ ନୀଳାଚଳ ଧାମେ

ହେ ଭକ୍ତ ନରେନ୍ଦ୍ର ! ଘେନ ଅନୁପ ପ୍ରଣତି ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics