ଓଡିଶାର ମାନ: ଫକୀର ମୋହନ
ଓଡିଶାର ମାନ: ଫକୀର ମୋହନ


ସାରିଆ ଭଗିଆ ତ୍ରାଣକରତା ହେ ରେବୀ ନିଆଁ ଚୁଲି ଗାତ
ଡାକମୁନସିର ଧଇଁ ପେଲା ବାପ କଲମ ମୁନେ ଜୀବନ୍ତ ।
ସଭ୍ୟ ଜମିଦାର ଦରଦୀ ବଂଧୁ ହେ ଲଛମାର ପ୍ରିୟ ବଂଧୁ
ମୃତପ୍ରାୟ ଥିଲା ଭାଷା ଟି ଆମର ଥିଲ ଭାଷା ଦୀନବଂଧୁ ।
କେନ୍ଦୁଝର ପ୍ରଜାମେଳି ସାକ୍ଷୀ ଆହେ ଦେୱାନ ସାହେବ ଆମ
ଶ୍ୱାସ ପ୍ରପିଡୀତ ଦୁର୍ବଳ ଶରୀର ଥମେନି ତୁମ କଲମ ।
ବଂଗୀୟ ଭଗାରୀ ଲୋଲୁପ ଦୃଷ୍ଟିରୁ କଲ ଭାଷା ଆମ ରକ୍ଷା
ଇଛାଶକ୍ତି ଥିଲେ କିବା ଅସମ୍ଭବ ଦେଲ ଏହି ମହାଦୀକ୍ଷା ।
ଅଳପ ଶିକ୍ଷାରେ ଲକ୍ଷ୍ମୀ ଅପ୍ରସନ୍ନ ଜରାଜୀର୍ଣ୍ଣ ସଦା ଦେହ
ଭାଷା ଆଂଦୋଳନ ମହାଦୀକ୍ଷା ନେଇ କଲ ସଭିଙ୍କୁ ସମ୍ମୋହ ।
ମକର ସଂକ୍ରାନ୍ତି ଆସିବା ଆଗରୁ ତେର ଜାନୁଆରୀ ଦିନ
ସ୍ୱନକ୍ଷତ୍ର ତବ ମନେପଡ ବ୍ୟାସକବି ଫକୀର ମୋହନ ।
ଫକୀର ଜୀବନେ ସମରାଟ ସ୍ୱପ୍ନ ଆହେ କଥା ସମରାଟ
ସାନ କବିଟିଏ ହେଲେହେଁ ପ୍ରଣତି ଜଣାଏ ମୁହିଁ ବିରାଟ ।