ଆମ ଗୁରୁ ମା
ଆମ ଗୁରୁ ମା
ଆମ ଗୁରୁ ମା ତୁମକୁ ଆମ ଆଦର୍ଶ ମାନିଛୁ
ତୁମରି ପାଇଁ ଦିବ୍ୟ ଜ୍ଞାନ ଆମେ ଜଗତେ ପାଇଛୁ
ତୁମେ ଆମକୁ ଶିକ୍ଷା ସାଥେ ସଂସ୍କାର ଦେଲ
ଦୁନିଆରେ ବଞ୍ଚିବାକୁ ମାର୍ଗ ଦେଖାଇଲ
ତୁମେ ଆମ ପାଇଁ କେତେ କଷ୍ଟ ନୀତି ସହିଅଛ
ଆମକୁ ନିଜ ସନ୍ତାନ ପରି ସ୍ନେହ ଶ୍ରଦ୍ଧା କରିଛ
ତୁମରି ପାଇଁ ଆମ ଜୀବନ ଆଜି ଖୁସିରେ ହସୁଛି
ନାରୀ ଜନ୍ମ ରେ ଆମକୁ କେତେ ସାହସ ଯୋଗାଇଛି
ତୁମେ ଆମ ସାଥେ ରହି ଅଛ ବୋଲି ଆମେ ଆଗକୁ ଯାଉଛୁ
ଜୀବନରେ ପ୍ରତି ସଫଳତା ତୁମ ପାଇଁ ପାଉଛୁ
ତୁମେ ଆମ ପିତା ମାତା ପରି ନିଜର କରିଅଛ
ଆମ ସୁଖ ଦୁଃଖରେ ପ୍ରତି ମୁହୂର୍ତ୍ତରେ ଆମ ସାଥେ ରହିଅଛ
ତୁମେ ଆମ ଗୁରୁ ତୁମେ ଆମ ହୃଦୟ ଈଶ୍ୱର
ତୁମ ଛାତ୍ରୀ ହୋଇ ଯଶ ରଖିବୁ ମହି ମଣ୍ଡଳର ।
