STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଆମ ଗୁରୁ ମା

ଆମ ଗୁରୁ ମା

1 min
187

 


ଆମ ଗୁରୁ ମା ତୁମକୁ ଆମ ଆଦର୍ଶ ମାନିଛୁ

ତୁମରି ପାଇଁ ଦିବ୍ୟ ଜ୍ଞାନ ଆମେ ଜଗତେ ପାଇଛୁ

ତୁମେ ଆମକୁ ଶିକ୍ଷା ସାଥେ ସଂସ୍କାର ଦେଲ

ଦୁନିଆରେ ବଞ୍ଚିବାକୁ ମାର୍ଗ ଦେଖାଇଲ

ତୁମେ ଆମ ପାଇଁ କେତେ କଷ୍ଟ ନୀତି ସହିଅଛ

ଆମକୁ ନିଜ ସନ୍ତାନ ପରି ସ୍ନେହ ଶ୍ରଦ୍ଧା କରିଛ

ତୁମରି ପାଇଁ ଆମ ଜୀବନ ଆଜି ଖୁସିରେ ହସୁଛି

ନାରୀ ଜନ୍ମ ରେ ଆମକୁ କେତେ ସାହସ ଯୋଗାଇଛି

ତୁମେ ଆମ ସାଥେ ରହି ଅଛ ବୋଲି ଆମେ ଆଗକୁ ଯାଉଛୁ

ଜୀବନରେ ପ୍ରତି ସଫଳତା ତୁମ ପାଇଁ ପାଉଛୁ

ତୁମେ ଆମ ପିତା ମାତା ପରି ନିଜର କରିଅଛ

ଆମ ସୁଖ ଦୁଃଖରେ ପ୍ରତି ମୁହୂର୍ତ୍ତରେ ଆମ ସାଥେ ରହିଅଛ

ତୁମେ ଆମ ଗୁରୁ ତୁମେ ଆମ ହୃଦୟ ଈଶ୍ୱର

ତୁମ ଛାତ୍ରୀ ହୋଇ ଯଶ ରଖିବୁ ମହି ମଣ୍ଡଳର ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics