STORYMIRROR

Durjyodhan Barik

Classics

3  

Durjyodhan Barik

Classics

କୁବୁଜା ଉଦ୍ଧାର

କୁବୁଜା ଉଦ୍ଧାର

1 min
200


ଅନିନ୍ଦ୍ୟ ସୁନ୍ଦରୀ  ଗନ୍ଧର୍ବ କୁମାରୀ

ଚିତ୍ରଲେଖା ନାମ ତାର,

ଗର୍ବେ ମତୁଆଲ ଭ୍ରମେ ସ୍ଵର୍ଗପୁର

ଅନ୍ଯକୁ ମଣଇ ଛାର ।


ବିଦୃପ କରେ ସେ  ଅପ୍ସରୀ ମାନଙ୍କୁ

ଅପ୍ସରୀ ହୁଅନ୍ତି କ୍ଷୁବ୍ଧ,

ଅଭିଶାପ ଦେଲେ  ରୂପସୀ ଉର୍ବଶୀ

ଶୁଣି ତାର ଅପ ଶବ୍ଦ ।


ଯେଉଁ ରୂପ ପାଇଁ  କରୁ ଏଡ଼େ ଗର୍ବ

ତାହା ହୋଇଲା କୁରୂପ,

କୁରୂପ ହୋଇଲା  ରୂପସୀ ଗନ୍ଧର୍ବୀ

ପାଇ ଊର୍ବଶୀର ଶାପ ।


ପୃଷ୍ଠ ଦେଶେ ଏକ  କୁଳ ବାହାରିଲା

ଚାଲୁଥିଲା ନଇଁ ନଇଁ ,

କୃଷ୍ଣ ନାମ ଜପେ  ସେହି ଦିନ ଠାରୁ

ଅଭିଶାପୁ ମୁକ୍ତି ପାଇଁ ।


କଂସ ଆମନ୍ତ୍ରଣେ  କୃଷ୍ଣ ବଳରାମ

ଆସିଲେ ମଥୁରା ରାଜ୍ୟ ,

କୁବୁଜା କୁ ଦେଖି  ଦାଣ୍ଡରେ ଚାଲିଛି

ଦୁହେଁ ହୋଇଲେ ଆଶ୍ଚର୍ଯ୍ୟ ।


କୌତୁହଳ ହୋଇ  କୃଷ୍ଣ ଗଲେ ଧାଇଁ

କୁରୂପୀ କୁବୁଜା ପାଶେ,

ଶୁଣିଲେ କୁବୁଜା  ଭଜେ କୃଷ୍ଣ କୃଷ୍ଣ

ପୃଷ୍ଠରେ କୁଜଟି ଦିଶେ  ।


ହାତ ବୁଲେଇଲେ  କୁବୁଜା କୁଜରେ

ରୂପ ତା ବଦଳି ଗଲା,

ଅଭିଶାପୁ ମୁକ୍ତି ହେଲା ଚିତ୍ରଲେଖା

ସ୍ଵରୂପ ଫେରି ପାଇଲା


  



Rate this content
Log in

Similar oriya poem from Classics