ଆହେ ବିଶ୍ୱପତି ଅଗତିର ଗତି ଏତିକି
ଆହେ ବିଶ୍ୱପତି ଅଗତିର ଗତି ଏତିକି
ଆହେ ବିଶ୍ୱପତି ଅଗତିର ଗତି
ଏତିକି କରୁଣା ହେଉ,
ସଞ୍ଜ ସକାଳ ରେ ତୁମ ନାମ ଧରି
ଏ ଜୀବନ ଚାଲିଯାଉ ମହାବାହୁ
ଏ ତିକି କରୁଣା ହେଉ (ଘୋଷା) ll0ll
ତୁମେ ନ ଚାହିଁଲେ ସବୁତ ଅନ୍ଧାର
ଯେତେ ଆଲୁଅ ବା ଥାଉ,
ଜୀବନ ଦୀପରେ ତୁମରି କରୁଣା
ସବୁବେଳେ ରହିଥାଉ ମହାବାହୁ
ଏ ତିକି କରୁଣା ହେଉ (ଘୋଷା) ll01ll
ସଂସାର ବୋଝ କୁ ବୋହି ବାକୁ ପ୍ରଭୁ
ବଳ ନାହିଁ ମୋର ଆଉ,
ମୋ ଦୁଃଖ ଜଞ୍ଜାଳ ତୁମ୍ଭ ଶ୍ରୀ ଚରଣେ
ଟେକି ଦେଲି ମହାବାହୁ ମହାବାହୁ
ଏ ତିକି କରୁଣା ହେଉ (ଘୋଷା) ll02ll
ବିପଦ ବେଳରେ ସହାୟ ହୁଅହେ
ଏ ତିକି ମାଗୁଣି ହେଉ,
ତୁମରି ନାମ କୁ ତୁଣ୍ଡେ ଜପି ଜପି
ହସି ଖେଳି ଦିନ ଯାଉ ମହାବାହୁ
ଏ ତିକି କରୁଣା ହେଉ (ଘୋଷା) ll03ll
ହେ ଦୁଃଖ ନାସନ ପତିତପାବନ
ଏ ତିକି କରୁଣା ହେଉ,
ଦୁଃଖୀ ର ଦୁଃଖ କୁ ହରଣ କରହେ
ଜଗତର ଦୁଃଖ ଯାଉ ମହାବାହୁ
ଏ ତିକି କରୁଣା ହେଉ (ଘୋଷା) ll04ll
ଆହେ ବିଶ୍ୱପତି ଅଗତିର ଗତି
ଏତିକି କରୁଣା ହେଉ,
ସଞ୍ଜ ସକାଳ ରେ ତୁମ ନାମ ଧରି
ଏ ଜୀବନ ଚାଲିଯାଉ ମହାବାହୁ
ଏ ତିକି କରୁଣା ହେଉମହାବାହୁ
ଜଗତର ଦୁଃଖ ଯାଉ ll05ll
