ମୋ ମୁହଁଟା କାହିଁକି ଆଜିମୋତେ ନୂଆ
ମୋ ମୁହଁଟା କାହିଁକି ଆଜିମୋତେ ନୂଆ
ମୋ ମୁହଁଟା କାହିଁକି ଆଜି
ମୋତେ ନୂଆଁ ଲାଗୁଅଛି
କାରଣ ମୋତେ ଜଣା ନାହିଁ
ଜୀବନ ଚକ୍ର ସ୍ଵାଭାବିକ-
ନୂତନତ୍ବ ବିହୀନ
ଯମୁନାରେ ଅକୁଳାଏ ପାଣିରେ
ଦେଖିଲି ମୁହଁକୁ
ବେଶ୍ ଅପରିଚିତ-ଟିକେ ଖାପ୍ ଛଡା
ମୋର ମତିଭ୍ରମ ହୋଇନି କି
ମୁଁ ପାଗଳେଇ ଯାଇନି
ତଥାପି ସର୍ବଦା ହସହସ ମୋ ମୁହଁରେ
ନାସିସସ୍
ଜୀବତ ମୃତ୍ୟୁର ପ୍ରତିଛବି
ଆଜିକାର ଦିନଚର୍ଯ୍ୟା ବି କିଛିଟା ଅସ୍ଵାଭାବିକ
ବହୁତ ଦିନ ପରେ ଇଚ୍ଛା ହେଲା
ଲେଖିବାକୁ ଓ ଲେଖିଯିବାକୁ
ମଧୁଷରା ସୁରଭୀର କୌମୁଦୀ ସୌରଭରେ ବିମୋହିତ
ଅଫୁରଂତ ପ୍ରାଣପ୍ରାଚୁର୍ଯ୍ୟରେ ସୃଷ୍ଟିଶୀଳତାର ଛାପ
ପ୍ରେମିକାର ଗୁପ୍ଚୁପ୍ ଗୁପ୍ଚୁପ୍ ମଂଦ ବାଣୀରେ
ମୁଁ ମୋହାକର୍ଷିତ-ପ୍ରିୟାର ପଣତ କାନିରେ ବଂଧା
ପ୍ରଲୁବ୍ଧ ପରଂଗ ଜଳିଯାଏ ସୃଷ୍ଟିକଲ୍ୟାଣର ହୋମ ପୁଂଡରେ
ଆତ୍ମଦହନର ଏ ପର୍ବରେ ଆଲୋକିତ ଅଂଧକାରର ଛାୟା
ଝାଉଁ ବଣର ମୃଣ୍ମୟୀ ମାୟାରେ
ଅବା ପ୍ରେମିକାର ଅଭ୍ୟସ୍ତ ଛଦପତନରେ
ସବୁ ଗୋଳମାଳ ମିଶି ତୟାର ହୁଏ
କୁଇଟାଲ କୁଇଂଟାଲ ଅସହାୟତା
ବିଦେହୀ ଆତ୍ମାର ଆମଂତ୍ରଣରେ
କିଛିଟା ବୁଦ୍ଧିଦୀପ୍ତ ଆଲୋଚନାର ଆତ୍ମନେପଦୀ
ଆତଂକ ଓ ହିଂସାର ପଶାପାଲିରେ ପ୍ରଦୂଷିତ ପ୍ରଶାସନ
ହୃଦୟର ସ୍ଵର ବଦଳିଯାଏ ସମୁଦ୍ର ପରି
ଦିଗଂତ ବିସ୍ତାରୀ ଜୁଆର ଆଣେ ଅନଂତ ନୀଳିମା
ଏବଂ ଶୂନ୍ୟତା ସେମାନଂକୁ ପ୍ରାସିଗଲା
ଯେତେବେଳେ ସେମାନେ ଏପଟ ସେପଟ ହେଉଥିଲେ ।
ଏବେ ଏକ ସାଧାରଣ ଲୋକକୁ ବି ମୁକୁଟ ଫିଧାଇ
ମୟୁର ସିଂହାସନାତ୍ମକ କରାଯାଇପାରେ
ମୋତେ ବିଶ୍ୱାସ କର- ମୋ ପରି ଜନତାଙ୍କ ପାଇଁ
ହେରାଣ୍ଡି ବି ଦୁଃବସ୍ତ ହୋଇପାରେ
ଆଇ ମାଁକ କାହାଣୀ କଂଟା ଗୋଟି ରାତ୍ରିର
ପ୍ରେମିକ-ପ୍ରେମିକାଂକ ବଗଡୋଣ୍ଡି ।
ସଂଶାରେ ସେମିତି କୋମଳ ବିଂଦୁ ପଢୁଥାଉ
ଆଉ ରାତି ବି ନ ହେଉ- ପ୍ରଭାତ ବି ନ ହେଉ
ବାସ୍ତବିକତାରେ ଉକ୍ତ ରଂଜିତ କେହି ନ ହୁଅଂତୁ
ମିଛ ବିଦ୍ରୋହୀ ଗୁଡିକ ଖତେଇ ହୁଅତୁ
ସାଧକ ଓ କବି ମାନଂକୁ ।
