STORYMIRROR

Dr Baman Chandra Dixit

Classics

3  

Dr Baman Chandra Dixit

Classics

ସାହା ତୁମ ଚଉବାହା

ସାହା ତୁମ ଚଉବାହା

1 min
175


ଆଖି ଲୁହେ ଜାଳି ଜୀବନ ଦୀପାଳି

ସଳିତା କରିଛି କାୟା

ଜଳିଯିବା ଆଗୁଁ ତୋଳି ନିଅ ହରି

ସାହା ତୁମ ଚଉବାହା।।


ମିଞ୍ଜି ମିଞ୍ଜି ସଞ୍ଜ ବତି ସରି ଆସେ

ଜଞ୍ଜାଳ ଯାତନା ଯେତେ ଘାରିଆସେ

ମୋହ କୋହ ଲୁହ ଅଟକା ହୃଦୟୁ

ନିଃଶ୍ବାସ ଖୋଜୁଛି ରାହା ।

ସାହା ତୁମ ଚଉବାହା ।।


ପାପ ପୁଣ୍ୟ କିଚ୍ଛି ବାଛି ମୁଁ ପାରିନି

ଯାହା ବି ଦେଇଛ ସଞ୍ଚି ମୁଁ ପାରିନି

ବାଣ୍ଟି ଦେଲାପରେ ଆପଦ ରହିଛି

ଭୋଗୁଛି ଏକା ମୁଁ ଯାହା,

ସାହା ତୁମ ଚଉବାହା ।।


ସଞ୍ଚି ଥିଲି ଯାହା ସବୁ ତ ତୁମର

ତୁମେ ନିୟନ୍ତା ମୁଁ ନିମିତ୍ତ ମାତର

କେବଳ ଭକତି ଶକତି ସାଇତି

ଖୋଜୁଛି ମୁକତି ରାହା,

ସାହା ତୁମ ଚଉବାହା।।


କହିବି କେମିତି ଦେଇନାହଁ କିଛି

ସବୁ ତ ତୁମର ଯାହା ମୁଁ ଦେଖୁଛି

ହୀନ କରମା ମୁଁ ତୁମେ ମହାବାହୁ

ଦୁଃଖ ଦରିଆ କୁ ନାଆ

ସାହା ତୁମ ଚଉବାହା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics