ଟୋପା ଟୋପା କାକର
ଝିପି ଝିପା କୁହୁଡି
ପରସ୍ତ ପରସ୍ତ ଶୀତ ଲହଡି
ଶୀତ ଗୋଟେ ମଧୁର ବର୍ଷା
ଦେହ ମନ ଗରମ ଆଶା
ପୋଷାକ ଚାଦର ନିଶା
ସତରେ ଶୀତ ଗୋଟେ କୁହୁକ ଫାର୍ସା
ସକାଳେ ନିଆଁ
ସଂଜେ ନିଆଁ
ଦିନସାରା କମଳ ତଳ ପଶା
ଶୀତରେ ଭୋକ କୁ ମାଡ଼େ ପରଷା
ସନ୍ଧ୍ୟାରେ ମୁଢି ପକଡି ଆଳୁ କଷା
ରାତିରେ ଗରମ ଗରମ ତଡକା ସୁ ସା
ସତରେ ଶୀତ ତତେ ଗାଇଦେଲେ ତୁ ବସନ୍ତ
ତତେ କୋଳେଇନେଲେ ମିତ
ତତେ ଆଉଁସି ଦେଲେ ଉଆଁସ ସତ
ହେଲେ ଯାହାର କିଛି ନାହିଁ ସମ୍ଭବତଃ
ତାକୁ ବଢ଼େଇ ଦାନ ହାତ
ଶୀତକୁ କରିନେଲେ ବିଶ୍ୱସ୍ତ
ସବୁଆଡେ ବହିଯିବ ଥଣ୍ଡା ସ୍ରୋତ
ସାଙ୍ଗକୁ ଆଲୋକ ଉଲକାପାତ
ଦେଖିବାକୁ ସୁନ୍ଦର ବହୁତ
ଶୀତରେ ଲେଖିବାକୁ କବିତା ଗୀତ
ସାହିତ୍ୟ ର ଉଚ୍ଚତା ଦର୍ଘ୍ୟ ଓ ପ୍ରସ୍ଥ
ଶୀତ ହେବ ଆଲ୍ହାଦିତ