STORYMIRROR

Krishna Mishra

Abstract

3  

Krishna Mishra

Abstract

ତୃଷ୍ଣା

ତୃଷ୍ଣା

1 min
11.2K


   କେମିତିକା ତୃଷ୍ଣା ମୋର !

  ସବୁକିଛିର ସମାବେଶ ମୋ ଠେଇଁ 

  ତଥାପି, ଅନ୍ୟର ଦୟାରେ ବଞ୍ଚିଛି

  ଭଗବାନ ମୋ ହୃଦୟରେ,

 ମୁଁ ମନ୍ଦିର ବୁଲି ବୁଲି ଖୋଜୁଛି ......

  ନିଜ ଅସ୍ତିତ୍ବର କଳନା ନାହିଁ

  ଦିଗହଜା ପବନରେ କ୍ଷଣିକ  ମହକ,

  ତା' ପଛେ ଗୋଡେଇଛି ମୁଁ 

  ମୋ ଭିତରେ କସ୍ତୁରି, ମୋତେ ଜଣା ନାହିଁ....

  ଜୀବନ ସାରା ମୁଁ ବୁଝିନି 

  ଆତ୍ମ ସନ୍ତୋଷର ମୂଲ୍ୟ 

   ଧନ, ଦୌଲତ ମରିଚିକା 

   ନାହିଁ କିଛି କର୍ମ ତୁଲ୍ୟ ।

   ଇନ୍ଦ୍ରଧନୁରୁ ରଂଗ ଚୋରେଇ ଧାଇଁ ଥିଲି 

   ଜୀବନକୁ ରଂଗୀନ କରିବାକୁ.....

 କେବଳ, ଏକ ଶ୍ବେତ ବସ୍ତ୍ର ହିଁ ଜୁଟିଲା 

  କିଛି ବାଟ ସାଙ୍ଗରେ ଚାଲିବାକୁ 

  କେହି ନଥିଲେ ।

  ଶେଷ ସମୟରେ, 

  ସମ୍ପର୍କର ବନ୍ଧନ ଛିଣ୍ଡିଲା

 ଏ ସମସ୍ତ ଯେ, ମୋ ତୃଷ୍ଣା ଥିଲା ।

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract