STORYMIRROR

Anita Dash

Abstract Others

3  

Anita Dash

Abstract Others

ଭାଇ ମତେ ମନେ ରଖିଥାଅ

ଭାଇ ମତେ ମନେ ରଖିଥାଅ

1 min
11.2K

ଭାଇ ଭାଗ ମୋର ଲୋଡାନାହିଁ ଭାଇ

ଅନ୍ତରରୁ ଭଲ ପାଉଥାଅ,

ତୁମ ପୁଅ ଝିଅ ମନରେ ମୋ ପାଇଁ

ସନମାନ ଟିକେ ରଖିଥାଅ।

ମୋ ଭଉଣୀ ଏଟା ଭଲପାଏ ସେଟା ଭଲ କରେ

କଥା ଛଳେ ଭାଉଜକୁ କହୁଥାଅ

ଅଭିମାନ କଲେ ମନେଇ ମାନେଇ

ଭଲ ମନ୍ଦ ଟିକେ ବୁଝୁଥାଅ।

ସ୍ମ୍ରୁରୁତି ପଟଳ ଆଡେଇ ମୋ କଥା

ମନରେ ଟିକିଏ ଭାବୁଥାଅ,

ତଣ୍ଟିରେ ଲାଗିଲେ ମନେ ପକଉଛ

କହିହେବା ବଡ ପଣ ରଖିଥାଅ ।

ଫିସନ ସାବିତ୍ରୀ ବ୍ରତେ ସାଧ୍ୟମତେ

ସଧବା ସନ୍ତକ ଦେଉଥାଅ,

ମୋ ଭାଇ ଆସିଛି କହି ଖୁସିହେବା

ଗରବଟି ମୋର ରଖିଥାଅ।

ଖରା ଛୁଟି ହେଲେ ମାମୁଁଁ ଘର ଯିବୁ

ପିଲାଙ୍କ ଅଝଟ ରହିଥାଉ,

ମାଇଁ ହାତ ରନ୍ଧା କେଡେ ସୁଆଦିଆ

ଚରଚା ଟି ଚାଲୁ ରହିଥାଉ ।

ବୋହୁଟିଏ ପରା ନିୟମରେ ବନ୍ଧା

ଶାଶୁ ଶଶୁରଙ୍କ କଥା ବୁଝି,

ହେଲେ ମନ ନିଜ ବାପା ମାଆ ପାଇଁ

ଗୋଳେଇ ଘାଣ୍ଟେଇ ମଝି ମଝି ।

ମୋ ମାଆ ବାପାଙ୍କ ମନ ବୁଝି ଟିକେ

ଆଦର ଯତନ କରୁଥାଅ,

ବାପା ମାଆ ଭଲ ଅଛନ୍ତି ଭାବିକି

ଖୁସିର ସଉଭାଗ୍ଯ ଦେଉଥାଅ ।

ସେନେହର ଡୋର ତୁମ ହାତେ ବାନ୍ଧି

ଶୁଭ ମନାସେ ମୁଁ ତୁମ ଲାଗି,

ଶିବ ମନ୍ଦିରେ ମୋ ସଂସାର ସହିତ

ତୁମ ପାଇଁ କରେ ପାଣି ଲାଗି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract