ବୋଝ
ବୋଝ
ଆଉ କଣ ବଞ୍ଚି ହୁଏ; ଜୀବନର ବୋଝ ମୁଣ୍ଡାଇ
ଦି’ ହାତରେ ପାପ ଆଉ ପୁର୍ଣ୍ଣ୍ୟକୁ ଗୋଟାଇ
ଅଚଳ ପାଦରେ ଚଳା ଚଳ ଦୁଶ୍ଚିନ୍ତା ଆଡେଇ ।
ମୃତ୍ୟୁ ମୃତ୍ୟୁ ଡାକ ଦିଏ ସିନା
ପଦାଘାତରେ ଅନ୍ତ୍ର ଥରିଯାଏ
“ମୋ ବିନା ଜୀବନ, ଜୀବନ ବିନା ମୁଁ ”
ସଂଶୟଟେ ଖେଳିଯାଏ ।
ବହୁ ତର୍ଜମା ରୁ କିଛି ସିଦ୍ଧାନ୍ତ ମିଳେନା
ମରି ପାରେନି ମୁଁ, ବଞ୍ଚି ମଧ୍ୟ ହୁଏନା ।
ଖାଲି ଜୀବ-ଶବ ମଧ୍ୟରେ
ଆତ୍ମାଟା ଛନ୍ଦି ହୋଇଯାଏ
ଠିକ ଭୂତ, ଅତୀତର ପ୍ରତିଶବ୍ଦ ଭଳି
ଅବାନ୍ତର ଜୀବନଟେ ମୁଁ ବଞ୍ଚିଯାଏ ।
