ମୁଁ କବିତା
ମୁଁ କବିତା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମୁଁ କବିତା
କେତେ ଯେ ହୃଦୟର କଥା
ସତ୍ୟ ହେଉ, କଳି ହେଉ
ଯୁଗ ଯୁଗର ଗାଥା .....
ଅଂଗେ ଅଂଗେ ଗରମ ଲହୁ,
ଉଷୁମ ଲୁହର ବ୍ୟଥା .....
ମୁଁ କବିତା.....
ନଦୀର କଲ୍ଳୋଳ,
ସମୁଦ୍ରର ଗମ୍ଭୀରତା
ପକ୍ଷୀର କଳରବ ,
ପକୃତିର ସୌନ୍ଦର୍ଯ୍ୟତା
ମୁଁ କବିତା .....
କେତେ ଚରିତ୍ର, କେତେ ବୀରତା
ମାନବତା ଆଉ ଅମାନବିକତା
ହତ୍ୟା, ବର୍ବରତା .....
ମୁଁ କବିତା .....
କେତେ ମାନ ଅପମାନ ,
ମନର ଅଭିମାନ,
ଜୀବନର ତିକ୍ତତା ....
ପ୍ରୀତିର ଉପହାର
ପ୍ରେମର ପୂଜା ଫୁଲ
କେବେ ହୁଏ ପ୍ରତାରିତା .....
ମୁଁ ଯେ କବିତା .......।