STORYMIRROR

Bichitrananda Jena

Abstract

3  

Bichitrananda Jena

Abstract

ତୁମେ

ତୁମେ

1 min
11.8K

ତୁମେ ପାଖରେ ଥିଲେ 

ଋତୁ ସବୁ ଫୁଲେଇ ଫଗୁଣ 

ପକ୍ଷୀରାଜ ଘୋଡା ଚଢି 

ଶବ୍ଦ ସବୁ ଓଲ୍ହାଇ ଆସନ୍ତି 

ମନ ବେଳା ଭୂମି ଘରେ 

ତୋଳିବାକୁ କବିତା ମନ୍ଦିର... 

ସବୁ ରାତି ବସନ୍ତର ସ୍ପର୍ଶ

 ଅସମ୍ଭବ ସ୍ୱପ୍ନ ସବୁ 

 ତୁମେ ପାଖରେ ଥିଲେ 

 ଘୁଞ୍ଚି ଯାଏ କାହିଁ କେତେ ଦୂର... 

 ସୁଖ ସପନର ମୂର୍ଚ୍ଛନାର ସ୍ୱରେ 

 ଦୁଃଖର ଅମାରାତି ପାହିଯାଏ 

 ତୁମେ ପାଖରେ ଥିଲେ 

 ସପନର ନୀଳ କଇଁ ପାଖୁଡା ଖୋଲେ 

ରାତିର ଆକାଶରେ... 

ଜହ୍ନ ଗୁଣୁ ଗୁଣୁ ଗାଉ ଥାଏ 

ଛାତିର ସ୍ପନ୍ଦନ ଜାବୁଡି ଧରେ 

ତୁମକୁ ଆଉ ପ୍ରକୃତିକୁ 

ଆଉ ପାଇ ଯାଏ ସବୁକିଛି... ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bichitrananda Jena

ଦେବୀ

ଦେବୀ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ରଜ....

ରଜ....

1 min ପଢ଼ନ୍ତୁ

Similar oriya poem from Abstract