STORYMIRROR

Bichitrananda Jena

Others

4  

Bichitrananda Jena

Others

ଦେବୀ

ଦେବୀ

1 min
297


ତୁ ସବୁ ଦେଇ ପାରୁ ବୋଲି ତୁ ଦେବୀ 

ତୋ ଆଖିରେ ଚମକ

ତୋ ଓଠରେ ସ୍ମିତହାସ୍ୟ

ତୋ ପଣତରେ ସଭିଙ୍କୁ କୋଳେଇ ନେବାର

ଆକୁଣ୍ଠ ଆଗ୍ରହ...

ତୋ ପାଦରେ

ବ୍ରହ୍ମାଣ୍ଡର ରାହା

ତୋ ଆଶିସେ

ମିଠା ସଞ୍ଜ ବାଆ

ତୋ ହୃଦୟେ ସୃଷ୍ଟି ପାଇଁ କଲ୍ୟାଣ ଶିରିପା

ତୁ ଦେବୀ ସଭିଙ୍କର ସାହ। ।

ତୁ ଦେଵୀ

ତୁ ଦେଇ ଚାଲୁ ଆକାଶେ ଉଡିବାକୁ ଡେଣା

ମାଟିରେ ଚାଲିବାକୁ ପାଦ

ତୋ ପାଇଁ ଆମେ କେବେ

ନ ହେଉ ବାଟ ବଣା

ତୁ ଦେବୀ

ତୋ ପାଦ ଆମ ଠିକଣା

ତୋ ବିଭୁତି ଆମ ମଥାରେ ବୋଳା

ଆଉ ଆମେ ସବୁ 

ମା ତୋ ଆଶ୍ରିତ ରେ ଗଣା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bichitrananda Jena

ଦେବୀ

ଦେବୀ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ରଜ....

ରଜ....

1 min ପଢ଼ନ୍ତୁ