STORYMIRROR

Bichitrananda Jena

Abstract

3  

Bichitrananda Jena

Abstract

ରଜ....

ରଜ....

1 min
11.7K

ଗାଁକୁ ଯିବାକୁ

ରଜ ପାଳିବାକୁ

ମନ ହୁଏ ତର ତର । 


ଆଗକୁ ଆଗକୁ

ଗୋଡ଼ ମାଡି ଚାଲେ

ମନ ତ ଉଛନ ମୋର । 


ଗାଁ ରେ ଦେଖିବି

ପ୍ରତି ଗଛ ଦେହେ

ବଢିଆ ବଢିଆ ଦୋଳି ।


ସାଙ୍ଗସାଥି ସବୁ

ଅନନ୍ଦେ ଝୁଲିବୁ

ସମସ୍ତେ ହୋଇଣ ମେଳି ।


ଖାଇବୁ ଅନନ୍ଦେ

ବୋଉ ହାତ ପିଠା

ମଣ୍ଡା ଆରିସା କାକରା ।


ନଲିଖିଲି ପାନ

ପାଟିରେ ପୁରାଇ

ଦେଖିବୁ ସାହି ଯାତରା ।


ବରଷା ଆସିବ

ମାଟି ତ ବିଜିବ

ହସିବ ମୋ ଗାଁ ଧରା ।


ସେଥିପାଇଁ ରଜ

ଆନନ୍ଦ ମନରେ

ସଭିଏଁ ପାଳିବୁ ପରା । !!

  


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bichitrananda Jena

ଦେବୀ

ଦେବୀ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ରଜ....

ରଜ....

1 min ପଢ଼ନ୍ତୁ

Similar oriya poem from Abstract