ସମୟ
ସମୟ
ବସ୍ତୁବାଦୀ ଏଇ ଦୁନିଆରେ ସତେ
କିଏ ବା ଅଟେ କାହାର
ସମୟ ସ୍ରୋତରେ ଭାସନ୍ତି ସଭିଏଁ
ସମୟ ନଈ ର ଧାର ||
ମରତ ଧାମରେ ଜନମ ଲଭିଲେ
ମରଣ ଦିନେ ବରିବ
ତଥାପି ମଣିଷ ଭାବନାରେ ବୁଡ଼େ
ପୃଥିବୀ ଜୟ କରିବ ||
ଅସରନ୍ତି ଆଶା ଅନେକ ସପନ
ମନେ ବାନ୍ଧେ ତାର ବସା
କର୍ତ୍ତବ୍ୟରେ ରତ ହୋଇ ଅବିରତ
ବଢ଼ଇ ଆଶା ଭରସା ||
କ୍ଷଣିକେ ମଉଳେ ମନର ଭାବନା
ଆତ୍ମା ଯେବେ ହୁଏ ଦୂର
ବନ୍ଧୁ ପରିଜନ ସଖା ସହୋଦର
ବିଳାପ ହୁଅଇ ସାର ||
କଳ୍ପନା ରଙ୍ଗରେ ରଙ୍ଗ ବୋଳି ହୋଇ
କରୁ ସର୍ବେ ଅଭିନୟ
କିଏ ଜାଣେ କେବେ କାହା ଅଭିନୟ
ନିମିସେ ହେବ ବିଲୟ ||
ଗୋଟିଏ ସୂତ୍ରରେ ବନ୍ଧା ଏ ଜଗତ
ତ୍ରାଣ କର୍ତ୍ତା ଯେ ଈଶ୍ୱର
ଆଗ ପଛ ହୋଇ ଯିବା ତ ସରବେ
ସମୟ ଆସିବ ଯାର ||
ମୂଲ୍ୟବାନ ଏହି ସମୟକୁ ଦେଖି
କର୍ମ କରେ ଯେଉଁ ଜନ
ଦୁନିଆ ଭିତରେ ବୁଦ୍ଧିମାନ ସେହି
ଜଗତରେ ହୁଏ ଧନ୍ୟ ||