STORYMIRROR

Santosh Kumar Nayak

Abstract Others

3  

Santosh Kumar Nayak

Abstract Others

ମୟୂର

ମୟୂର

1 min
12.4K


ଗଗନରେ କଳା ମେଘ

ହେଲେ ଦୃଶ୍ୟମାନ,

କଳାପକୁ ଟେକି ଗାଏ

ସୁମଧୁର ଗାନ।

ନର୍ତ୍ତକୀର ଛନ୍ଦେ ଦୁଇ

ପାଦ ଛନଛନ,

ନୃତ୍ୟ ରଚେ ଏ ଭୁବନେ

କାର୍ତ୍ତିକ ବାହନ।

ଚୂଳରେ ତା' ଇନ୍ଦ୍ରଧନୁ

ଢାଳି ଥାଏ ରଙ୍ଗ,

ଯୌବନର ଜୁଆରରେ

ଉଛୁଳେ ତା ଅଙ୍ଗ।

ତପସ୍ୱୀ ଭାଙ୍ଗିବ ଧ୍ୟାନ

ଦେଖି ତାର ଢଙ୍ଗ,

ସମଗ୍ର ବିଶ୍ୱରେ ସେ ଯେ

ସ୍ଵତନ୍ତ୍ର ବିହଙ୍ଗ।


Rate this content
Log in

Similar oriya poem from Abstract