ରକ୍ତିମ ସୂର୍ଯ୍ୟ
ରକ୍ତିମ ସୂର୍ଯ୍ୟ


ଯେତେବେଳେ ସାରା ବିଶ୍ୱ ତିମିରିତ
ନୂତନ ପ୍ରକାଶର ଅପେକ୍ଷାରେ
ବାହଙ୍ଗମକୁଳ,ନରନାରୀ
ପାହାଡ ପର୍ବତ ସଚରାଚର
ସେତେବେଳେ ତୁମେ ଦୃଶ୍ୟମାନ ହୁଅ ରକ୍ତିମ ସୂର୍ଯ୍ୟ ।।
ଘଣ୍ଟାରକଣ୍ଟା ଯେତେ ଆଗକୁ ଆଗକୁ ଚାଲେ
ତୁମର ଆକାର,ପ୍ରକାର,ପ୍ରକାଶ
ଉଜ୍ଜ୍ୱଳିତ,ବିକଶିତ,ପ୍ରସ୍ଫୁଟିତ ହୁଏ
ସାରା ସଂସାର ଚଳଞ୍ଚଳ ହୋଇଉଠେ
ଢାଳିଦିଅ ତୁମେ ସତ୍ୟ,ପବିତ୍ରତାର ବିର୍ଯ୍ୟ ।।
ତୁମ ସ୍ପର୍ଶରେ ପଙ୍କଜିନୀ ପ୍ରସ୍ଫୁଟିତ ହୁଏ
ଅନ୍ଧକାର ପଟିକା ନିଦ୍ରିତ ନୟନୁ ଖୋଲେ
ନୂତନ ଆଭାସ, ଆକାଂକ୍ଷା ନେଇ
କର୍ମମୟ ଏ ଜଗତ ହୋଇଉଠେ
ଗଗନ ପବନ ପ୍ରକମ୍ପିତ ହୋଇ ଶୁଭେ କର୍ମର ଜୟ ।।
ସମୟେ ସମୟେ କଳାହାଣ୍ଡିଆ ବାଦଲର ଚାଦର
ତୁମକୁ ଲୁଚେଇ ଦିଏ
କ୍ଷଣିକ ପାଇଁ ତୁମକୁ ଘୋରାଇବାର
ଅପଚେଷ୍ଟାକରି ପୁଣି ଦୂରେଇ ଯାଏ
ତୁମେ କିନ୍ତୁ ସ୍ଥିର,ଗତିଶୀଳଭାବେ କରୁଥାଅ କାର୍ଯ୍ୟ ।।
କ୍ଷଣିକ ପାଇଁ ତୁମେ ଆସ ଅବତରି
ଏହା ବନ୍ଧା ପ୍ରକୃତିର ନିୟମ ନଇରେ
ଜାତ,ମୃତ୍ୟୁ ଦୁଇପାଖ ମୁଦ୍ରାର ପାଶ୍ୱପରି
ସକଳେ ରହିଥାନ୍ତି ତୁମ ନୂତନ ପ୍ରକାଶ ଅପେକ୍ଷାରେ
ଚିର ସ୍ମରଣ ହୋଇ ରୁହ ତୁମେ ରକ୍ତିମ ସୂର୍ଯ୍ୟ ।।