Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar Behera

Inspirational

3  

Manas Kumar Behera

Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
32


କହୁଛି ବୁଝାଇ ଶୁଣ ଗୋ ସର୍ବେ ଭାଇଭଉଣୀ

ରକ୍ଷା ବନ୍ଧନର ସେନେହ ଭରା ଏହି କାହାଣୀ ।

ପୁରାଣେ ବର୍ଣ୍ଣିତ ରହିଛି ଯାହା ଲେଖେ ଅଜ୍ଞାନ 

ରୋହିଣା ଗର୍ଭୁ ବଳଦେବ ହୋଇଥିଲେ ଜନମ ।

ଶ୍ରାବଣ ମାସର ପୂର୍ଣ୍ଣମୀ ତିଥି ଶୁଭ ସେ ଦିନ

ରକ୍ଷା ବନ୍ଧନକୁ ପାଳୁଛେ ସର୍ବେ ହୋଇ ଉଚ୍ଛନ୍ନ ।

ଗୋମାତା ପୂଜନ ପହିଲେ ହୁଏ ସଭିଙ୍କ ଘରେ

କାନ୍ଧରେ ପଇତା ପକାଇ ସର୍ବେ ଇଷ୍ଟ ସୁମରେ ।

ଭାଇ ଭଉଣୀଙ୍କ ପରବ ଏହି ରାକ୍ଷୀ ବନ୍ଧନ 

ଭରି ରଖେ ପରସ୍ପରଙ୍କ ମଧ୍ୟେ ପ୍ରୀତି ସେନେହ ।

ଭାଇ ହାତେ ରାକ୍ଷୀ ବାନ୍ଧି ଭଉଣୀ ମାଗେ ସୁରକ୍ଷା

ପ୍ରତିଜ୍ଞା କରିଣ ଭାଇତା ହୋଇଥାଏ ଟି ସାହା ।

ଭ୍ରାତା ଅଟେ ବଳ ଭଗିନୀ ପାଇଁ କାଳକାଳକୁ

ସେହି ନିମନ୍ତରେ କାଳିଆ ଚାହେଁ ମା ସୁଭଦ୍ରାଙ୍କୁ ।

କାଳିଆ ବଳିଆ ସୁଭଦ୍ରା ଭାଇ ଭଉଣୀ ସ୍ନେହ

ଯୁଗଯୁଗ ଧରି ରହିଛି ସାକ୍ଷୀ ବଡଦେଉଳ ।

ମମତାର ଏହି ସୂତାଟି ଜାଣ ସ୍ନେହ ବନ୍ଧନ

ଭାଇ ହସ୍ତେ ବାନ୍ଧି ଭଉଣୀ କିଣେ ତାହାର ମନ ।

ପରସ୍ପର ପରିପୂରକ ଦୁହେଁ ଘର ମଧ୍ୟରେ 

ସ୍ୱର୍ଗସମାନ ଲାଗଇ ଯେବେ ଭଗ୍ନୀ ଥାଏ ସାଥିରେ ।


Rate this content
Log in

Similar oriya poem from Inspirational