STORYMIRROR

Manas Kumar Behera

Abstract Inspirational

3  

Manas Kumar Behera

Abstract Inspirational

କୁହ ଭଗବାନ କୁହ

କୁହ ଭଗବାନ କୁହ

1 min
36


କୁହ ଭଗବାନ କୁହ

କେଉଁଠି କେବେ ଦେଖା ହେବ

ତୁମ ସଙ୍ଗେ ମୋର ଅନେକ କଥା ରହିଛି

ସବୁ ଆଲୋଚନା ହେବ ।୧।


କୁହ ଭଗବାନ କୁହ

ସଶରୀରେ ଅବା ସ୍ୱପ୍ନରେ ଆମେ 

ଭେଟାଭେଟି ହେବ

ପ୍ରମାଣ ଆଧାରେ, ବିନ୍ଦୁରେ ବିନ୍ଦୁରେ 

ମୋର ସବୁ ପ୍ରଶ୍ନର ଉତ୍ତର ଦେବ ।୨।


ପ୍ରସ୍ତୁତ ହୋଇକି ଆସିବ

ନଚେତ ପ୍ରଶ୍ନବାଣରେ ନିଶ୍ଚୟ ଆହାତ ହେବ

ସେତେବେଳେ ତୁମର ଅପଯଶ ହିଁ ହେବ 

ଭକ୍ତ ଭଗବାନର ଦୂରତା ନିଶ୍ଚୟ ଦୂରେଇ ଯିବ ।୩।


ତୁମେ ତଥ୍ୟ ଆଧାରେ ଉତ୍ତର ଦେବ

କିପରି ଗରୀବ ଭୋକରେ ଶୋଉଛି 

ଧନୀପେଟ ଥଲଥଲ

ଏ କିପରି ବିଚାର କୁହ

ଗରୀବ ମୁଣ୍ଡ ନୂଖୁରା ପଡିଛି

ତେଲିଆ ମୁଣ୍ଡରେ ତେଲ ।୪।


ତୀକ୍ଷ୍ଣ ପ୍ରଶ୍ନ ଏହା ମୋର 

କଞ୍ଚାପତ୍ର କାହିଁ ଗଛରୁ ଝଡୁଛି

ପାଚିଲା ଆଖିରେ ଲୁହ

ବାପା ଥାଉଥାଉ ପୁତ୍ର ମରୁଅଛି

ଏହା କିପରି ସହୁଛ କୁହ ।୫।


ସତେକି ତୁମ୍ଭେ ନିଷ୍ଠୁର

ଧର୍ମବତୀ ନାରୀ ନିଃସନ୍ତାନୀ ହୁଏ

କୁଳିଟା କରେ ଜନମ

କେଉଁ ପରକାରେ ବିଚାର କରୁଛ

ଲଜ୍ଜ୍ୟା ଲାଗୁନି ମୁଖର।୬।


ଜବାବ ଦିଅ ଭଗବାନ 

କାହିଁକି ମାଆକୁ ମାରୁଛି ସନ୍ତାନ

ଯିଏ ଧରିଥିଲା ତାକୁ ଗର୍ଭେ 

ଦଶମାସ ଦଶଦିନ

କେଉଁ କାରଣରେ ପୁତ୍ର ଦେଉଛି କଷଣ ।୭।


ତୁମ୍ଭପାଖେ ଅଛି କି ଉତ୍ତର

ବିଭାହିତା ନାରୀ ସ୍ୱାମୀ ଥାଉଥାଉ 

ଆଦରେ ପରପୁରୁଷ

ଗୋଟିଏ ପୁରୁଷ ସହସ୍ର ରମଣୀ ସଙ୍ଗେ କରୁଛି ବିହାର 

ଅଟେ କିପ୍ରକାର ସଂସ୍କାର ।୮।


ମୁଁ ଜାଣେ ତୁମ୍ଭେ ନିର୍ବିବାକ

ଉତ୍ତର ଦେବାକୁ ନୁହଁ ସମର୍ଥ

ଲୋକଦେଖାଣିଆ ତୁମେ ସାଜିଛ ଭଗବାନ

ଯଦି ଅଛି ସାହସ ଉତ୍ତର ଦିଅ ।୯।


Rate this content
Log in

Similar oriya poem from Abstract