STORYMIRROR

Manas Kumar Behera

Tragedy Inspirational

3  

Manas Kumar Behera

Tragedy Inspirational

ଲୁହର ଗାଥା

ଲୁହର ଗାଥା

1 min
44

ଥପଥପ ହୋଇ   ବୋହି ଯାଉଥିଲା

     ଅମାନିଆ ନଇପରି

ଯେତେ ପାରୁଥିଲି   ବାରଣ କରିଲି

    ତଥାପି ସେ ମାନିଲାନି।୦।

ଟୋପାଏ ସେଥିରୁ  ହାତରେ ଧରି ମୁଁ 

     ତନ୍ନତନ୍ନ ପରଖିଲି

ଅନେକ ସପନ  କାହାଣୀ ମୋହର 

    ଲୁହ ଭିତରେ ଦେଖିଲି ।୧।

କଷଣ ସହିଛି  ଶୈଶବ କାଳରୁ

    ଭୋକିଲା ପେଟର ବ୍ୟଥା

ବେଶୀ ଲୁହ ଝରେ  ପଡେଯେବେ ମନେ

    ମୋ ବାପାଙ୍କର କଥା ।୨।

ଆଖିରେ ଆଖିଏ  ସପନ ରହିଛି

    ଭଲ ମଣିଷଟେ ପାଇଁ

କରମର ଫଳ  ଅବଶ୍ୟ ଫଳିବ 

    ରହିଛି ତାହାକୁ ଚାହିଁ ।୩।

ପୁଣି ଦେଖୁଅଛି  ଭିତରେ ରହିଛି

    ବର୍ତ୍ତମାନର ଅବସ୍ଥା

ଶିକ୍ଷକ ଜୀବନ  ବଡ ଦୁର୍ବିଷହ

    କରିଛି ସତେ ବ୍ୟବସ୍ଥା।୪।

ଏ ଆଖିର ଲୁହ  ଝରେ ସୁଖ ଦୁଃଖେ

    ପ୍ରତିକ୍ଷଣ ମୋର ସାଥି

ଲହୁଲୁହ ମିଶି  ସଫଳତା ଦିଏ

   ଲେଖିଯାଇଛି ନିୟତି ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy