STORYMIRROR

Manas Kumar Behera

Abstract Inspirational

3  

Manas Kumar Behera

Abstract Inspirational

ବିଶ୍ୱାସ ଓ ଆତ୍ମିୟତା

ବିଶ୍ୱାସ ଓ ଆତ୍ମିୟତା

1 min
74

ସଂପର୍କ ଯେବେ ହୁଏ ଗଢା

ବିଶ୍ୱାସର ବୀଜ ଜାଣ ଲୋଡା

ତୋଳିବାକୁ ଆତ୍ମିୟତାର ପ୍ରାସାଦ

ସ୍ନେହ ପ୍ରେମ ଆଦର ସତ୍ୟତା ଚାରି ସ୍ତମ୍ଭେ ହୁଏ ଠିଆ ।୧।


ହୃଦୟର କୋଠରୀରେ ,ସଂପର୍କର ଡୋରୀରେ

ଯେବେ ବନ୍ଧା ହୋଇଯାଏ ଜୀବନ

ସେତେବେଳେ ସବୁକିଛି ଲାଗେ ଆପଣାର

ବିଷ-ଅମୃତ,ମିଛ-ସତ୍ୟ ସବୁଲାଗେ ସମାନ ।୨।


ବିଶ୍ୱାସ ଏପରି ଏକ ବୀଜ

ଥରେ ମଣିଷର ହୃଦୟ ଜମିରେ ରୋପଣ ହୋଇଗଲେ

ରହିଯାଏ ଯୁଗଯୁଗ।୩।


ଆତ୍ମିୟତା ବଢିଯାଏ 

ନିଜର ସର୍ବସ୍ୱ,ପରମ ସୁଖଶାନ୍ତି ତୁଚ୍ଛ ଲାଗେ

ଦେଇ ଦେବାକୁ ଇଛା ହୁଏ ସର୍ବସ୍ୱ

ସେ ହିଁ ଆପଣାର , ସେ ହିଁ ସ୍ୱର୍ଗପରି ଲାଗେ ।୪।


ଆମେ ତାର ଯତ୍ନ କରିବାକୁ ଯାଉ

ଆତ୍ମା ସହ ଆତ୍ମାର ମିଳନ ଭାବୁ ,ଏକାକାର ହେଉ

ସେ ଓ ମୋ ଭିତର ଫରକ ଭୁଲୁ , ନିଜକୁ ସମର୍ପି ଦେଉ ।୫।


ଆଜି ଏ ସମାଜରେ ବିଶ୍ୱାସ ନାହିଁ

ବିଶ୍ୱାର ସ୍ଥାନ ଅବିଶ୍ୱାସ ନେଇଛି

ଅମୃତ ବିଷ ଆଉ ସତ୍ୟ ମିଛ ହୋଇଛି 

କେବଳ ମୁଁ ଅଛି ସେ ମରି ଯାଉଛି ।୬।


ଆତ୍ମିୟତା ଏକ ପ୍ରହସନ ଏବେ

ଯେଣେ ଚାହଁ ତେଣେ ସ୍ୱାର୍ଥ ଦିଶେ

ପେଟ ପାଇଁ ନୁହେଁ ବରଂ ଅର୍ଥ ଓ ବିଳାସ ପାଇଁ 

ଆଜି ମଣିଷ ମଣିଷତ୍ୱକୁ ମାରେ 

୭।


ସଂପର୍କର ରାଜମହଲ ଭଗ୍ନ

ଏବେ ଅଶାନ୍ତି ଅଧର୍ମର ଲଗ୍ନ

ଚାରି ଆଡେ କୁଢକୁଢ ଭଙ୍ଗାହୃଦୟ

ବିଚ୍ଛେଦ ଆଉ ଦୁଃଖର ଜନ୍ମ।୮।


ଅବିଶ୍ୱାସର ଖଡ୍ଗ ଏବେ ଧରି

ବୁଲୁଛନ୍ତି ଯୋଗିନୀ ମାଳମାଳ ହୋଇ

ଗୋଟିଏ ପରେ ଗୋଟିଏ ମୁଣ୍ଡକାଟି

ଲୋଟି ଦିଅନ୍ତି ଧରଣୀରେ ହୋଇ ଉଗ୍ରମୁଖୀ।୯।


ତଥାପି ଆତ୍ମିୟତା ଓ ବିଶ୍ୱାସ ରହିଛି

ସମାଜର ଏକଭାଗେ ଲୁଚି ବସିଛି

ପୁଣି ଦିନ ଆସିବ ,ନୂତନ ପ୍ରଭାତ ହେବ 

ସକଳେ ବିଶ୍ୱାସୀ ହେବେ ବିଶ୍ୱାସ ଅଛି ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract