STORYMIRROR

Manas Kumar Behera

Inspirational

3  

Manas Kumar Behera

Inspirational

ଆତ୍ମହତ୍ୟା

ଆତ୍ମହତ୍ୟା

1 min
35

ଅଦୃଶ୍ୟ ଶକ୍ତିର ଇଙ୍ଗିତରେ

ଟାଣି ହୋଇଯାଏ ମନ,ପ୍ରାଣ,ହୃଦୟ

ବାଛ ବିଚାର କରିପାରେ ନାହିଁ 

କିଂ କର୍ତ୍ତବ୍ୟ ବିମୂଢ ହୋଇପଡେ ସେ

ପାଏ ଆତ୍ମହତ୍ୟାର ପରିଚୟ ।୦।


ଯାହାଥିଲା ତାର ଚିନ୍ତାର ବାହାରେ

ବୁଦ୍ଧି,ବିବେକ,ଜ୍ଞାନ ସବୁ ନିସ୍ତେଜ ଅବସ୍ଥାରେ

ସବୁକିଛି ଠପ୍ ହୋଇଯାଏ

କେହି ଜଣେ ଟାଣିନିଏ ଅଦୃଶ୍ୟ ରଜ୍ଜୁରେ ।୧।


ଦାରା,ଜନନୀ,ଭଗିନୀ,ପିତାଭ୍ରାତା

ଅବା ସାଙ୍ଗସାଥି ପୁତ୍ରଦୁହିତା

ଅଚଳଚଳ ସଂପତ୍ତି,ମୋହ ମାୟାର ଜାଲ

ଛିଣ୍ଡାଇ ଆପଣାଇ ନିଏ ଆତ୍ମହତ୍ୟା ।୨।


ଅନ୍ତରରେ ଜଳୁଛି ନିଆଁ

କେହି ଦେଖିପାରନ୍ତିନି ଜଳେ ହୁତୁହୁତୁ ହୋଇ

ହଠାତ୍ ହୃଦୟର ଚାରିକାନ୍ଥ ଡେଇ 

ଜାଳିଦିଏ ଏକ କୋମଳ ଶରୀରର ଜୁଇ ।୩।


ଯେଉଁ ଆତ୍ମା କହୁଥିଲା ଦିନେ

ଆତ୍ମହତ୍ୟା ସମାଧାନ ନୁହେଁ

ସେହି ପୁଣି ଆପଣାଇ ନିଏ

ନିରୂପାୟ ହୋଇ ପାଏ ନାହିଁ ବିକଳ୍ପ ବ୍ୟବସ୍ଥା ।୪।


ସରିଯାଏନି ମୃତ୍ୟୁ ପରେ ଦୂର୍ଦ୍ଦଶା

ଖେଳିଯାଏ ଚତୁଃଦିଗେ ଅପଯଶ ବାର୍ତ୍ତା

ଅକାଳ ବିୟୋଗର ଲାଗେ କଳଙ୍କ

ସବୁଦିନେ ରହିଯାଏ ଦାଗ ହୋଇ ଆତ୍ମହତ୍ୟା ।୫।


ଯେଉଁ ନିନ୍ଦାରୁ ବଞ୍ଚିବା ପାଇଁ

ଅନ୍ୟର ସୁଖ ହେବା ପାଇଁ

ଆପଣାଇ ଥିଲା ଏଇ ରାସ୍ତା

ସେହି ନିନ୍ଦା ଦୁଃଖ ରହିଗଲା ଚିରସ୍ଥାୟୀ ହୋଇ

ଇତିହାସେ ଲେଖିଲ ନିଜ ଆତ୍ମ ହତ୍ୟା ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational