STORYMIRROR

Jagannath Barik

Inspirational

3  

Jagannath Barik

Inspirational

ବାପା

ବାପା

1 min
164

ବାପା ସଂସାର ସାର ଉଚ୍ଚାରଣ

ବାପା ସୃଷ୍ଟି ପୁଷ୍ଟି ତୁଷ୍ଟି କାରଣ

ବାପା ରକ୍ତେ ସୁତ ସୁତା ଉତ୍ପନ୍ନ

ବାପା ବାଆ ପାଣି ବାପା ଜୀବନ

ବାପା ତ ଅନନ୍ୟ

ବାପା ଗୁଣ ନେଇ ସନ୍ତାନ ଧନ୍ୟ ||


ବାପା ପରିବାର ମୁଖ୍ୟ ଗଣନ

ବାପା ପୂଜ୍ୟ ବାପା ଅଗ୍ରବନ୍ଦନ

ବାପା ବାତ୍ସଲ୍ୟର ଅସରା ଧନ 

ବାପା ବାହୁଛାୟା ଶାନ୍ତି ସଦନ 

ବାପା ଗୁରୁ ଧନ୍ୟ 

ବାପା ହରିହର ବିଧାତା ଗଣ୍ୟ ||


ବାପା ସ୍ନେହ ଗମ୍ଭୀରତା ସାଗର

ବାପା ସଂଯମ ଶୃଙ୍ଖଳା ଭୂଧର

ବାପା କ୍ଷମା ଅନୁକମ୍ପା ଆକର

ବାପା ଅଭାବ ପୂରଣେ ତତ୍ପର

ବାପା ଦୃଢ଼ତର

ବାପା ଅତୁଳିତ ଶକତିଧର ||


ବାପା ଥିଲେ ଘରେ ସର୍ବେ ନିର୍ଭୟ

ବାପା ବିପଦେ ବିବାଦେ ଦୁର୍ଜୟ

ବାପା ଜ୍ଞାନ ଧୈର୍ଯ୍ୟ ବିବେକାଳୟ 

ବାପା ସୁକୃତରୁ ଭାଗ୍ୟ ଉଦୟ 

ବାପା ନିରାମୟ

ବାପା ବଳ ସମ୍ବଳ ବରାଭୟ ||


ବାପା ଧର୍ମ କର୍ମ ବାପା ହିଁ ଇଷ୍ଟ

ବାପା ସ୍ୱର୍ଗ ଅପବର୍ଗ ଗରିଷ୍ଠ

ବାପା ପଦାବ୍ଜେ ପ୍ରଣତ ଭୂମିଷ୍ଠ

ବାପା ପୂଜା ହେଉ ସୁତ ଅଭୀଷ୍ଟ

ବାପା ସେବା ନିଷ୍ଠ

ବାପା ମାଆ କୃପା ଖଣ୍ଡିବ ରିଷ୍ଟ ||



Rate this content
Log in

Similar oriya poem from Inspirational