STORYMIRROR

Nilakantha Nayak

Inspirational

3  

Nilakantha Nayak

Inspirational

ଈର୍ଷା ଓ  ମୁକ୍ତିର ପଥ

ଈର୍ଷା ଓ  ମୁକ୍ତିର ପଥ

1 min
128

 ଈର୍ଷା ଏକ ମଧୁର ଅନଳ

 ଯେବେ ପ୍ରଵେଶଇ ମନେ  

  ଶାନ୍ତ ମନ କରେ ଛିନ୍ନବିଛିନ୍ନ  

  ଲକ୍ଷ୍ୟ ଭ୍ରଷ୍ଟ ହୁଏ ବିଶାଳ ହୃଦୟ ।


   ପର୍ବତ ପରି ଟାଣ ଶକ୍ତ ବିଚାର  

    ଭାଙ୍ଗି କରେ ନୀର ପରି ତରଳ ।

     ନୀଚ ଭାବନାରେ କରି ଜର୍ଜରିତ 

      କରାଏ ସୁବୁଦ୍ଧି ସବୁ କଣ୍ଟକିତ।


ଅଦୃଶ୍ୟ ବିଷଧର ଏ ଈର୍ଷା

  ଜୀବନେ ଦେଲେ ଥରେ ଲଗାମ  

  ରିଦ୍ଧି ସିଦ୍ଧି ପ୍ରଦାୟକ ହୋଇ

   ବିଜୟ କରାଏ ମଣିଷ ଜନ୍ମର।


   କର ମନୁ ତିରସ୍କାର ଈର୍ଷାର

   ସାଜ ପଥିକ ତୁମେ ପ୍ରେମର

    ଆତ୍ମସନ୍ତୋଷ କ୍ଷଣେ ମିଳିବ

     ମାନ ସମ୍ମାନ ସଂସାରେ ବଢ଼ିବ

     ତେବେ ଉଜ୍ଜ୍ୱଳ ଭବିଷ୍ୟତ ଜାଣରେ।


  ଜଗନ୍ନାଥଙ୍କର ପାଦପଦ୍ମରେ

  ଏତିକି ମାଗୁଣି ମୋର ଅନ୍ତରର

   ଈର୍ଷାକୁ ମାରି ମୋ ହୃଦୟରେ

    ରଖ ହେ ନାଥ ମୋତେ ତୁମ ଶରଣରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational