STORYMIRROR

Nilakantha Nayak

Fantasy

3  

Nilakantha Nayak

Fantasy

ସୃଜନଶୀଳତା

ସୃଜନଶୀଳତା

1 min
192

ଉତ୍ତପ୍ତ ଧରଣୀ ବକ୍ଷେ

ଅଙ୍କୁରିତ ସୁପ୍ତ ବୀଜ

ସ୍ବରୂପ ଲଭିବା ଆଶାରେ

ସାଉଁଟି ଷୋଡ଼ଶ ସ୍ଵପ୍ନ

ସମୟ ଅପେକ୍ଷା ରେ

ଏଣୁ ସେ ବସିଥାଏ 

ନିଶ୍ଚଳେ ଅତି ଗୋପନରେ।


ଶାନ୍ତ ଜ୍ୱାଳାମୁଖୀ ଟିଏ

ପ୍ରସ୍ପୁଟିତ ଯେବେ ହୁଏ

ବହିଯାଏ ଆଗକୁ ସେ

ତରଳ ଲାଭା ପରାଏ ।


ଚାପିହୋଇ ରହିଥିବା

ଅଗ୍ନି ଛୋଟ କଣିକା ଟିଏ

ବାୟୁର ସଂସ୍ପର୍ଶରେ ଆସି

ନିଆଁ ଝାସ ହୋଇଯାଏ


ଅନ୍ତର୍ମନ ଚକ୍ଷୁ ଦେଖେ 

ବାହାର ଦୁନିଆ ର ଦୃଶ୍ୟ

ପୁଣି ସାରା ସ୍ଥିତି ପରଖି ସାରି

ସମ୍ବେଦନଶୀଳ ହୁଏ ସେତ

ଅନାବନା ଭାଵନା ରେ ।


ଏମିତି ବ୍ୟଥିତ ମନଭାଵନା ସଵୁ

ଗଡିଚାଲେ ଶବ୍ଦ ପୁଞ୍ଜ

ସେଇଠୁ ଆରମ୍ଭ ହୁଏ

 ଆଉ ଏ ସୃଜନଶୀଳତା ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy