ସମ୍ପର୍କ ⚖️ ସଉଦା
ସମ୍ପର୍କ ⚖️ ସଉଦା
ଜୀବନ ହାଟରେ
କିଛି ସମ୍ପର୍କ ସଉଦା
ମୁଁ ଦେଖି ପରଖି
ଦରଦାମ କରୁଥିଲି
ନିଜ ଲୋକ ଶସ୍ତା
ପର ଏଠି ମହଙ୍ଗା
କିଣୁକିଣୁ ସେସଵୁ
ସବୁକିଛି ବୁଝିଗଲି ।
ମୂଲଚାଲ କରି
ଦରଦାମ କରିବା
ମୋ ପାଇଁ ନଥିଲା
ସହଜିଆ କାମ ଭାରି
ସେଥିପାଇଁ ବୋଧେ
ଅକାରଣେ ଅନାବନା ଭାବି ପୁଳାଏ
ଘାଣ୍ଟି ଚକଟି ମୁଁ ହେଲି ।
କଉଡି ମୋ ସରିଲା
କନା ଵ୍ଯାଗ ଅଧା ଥିଲା
ହାଟ ସରିବା ଆଗରୁ
ଘରକୁ ମୁଁ ଫେରିଆସିଲି ।
ଘରଵାରଣ୍ଡାରେ
ଭଙ୍ଗା ଚୌକି ରେ ବସି
ଚିରା ବ୍ଯାଗଦେଖି
ଖାଲି ମନସ୍ତାପ କରୁଥିଲି ।
