STORYMIRROR

Manas Kumar Behera

Classics

3  

Manas Kumar Behera

Classics

ଜଗାର ଚିଠି

ଜଗାର ଚିଠି

1 min
159

ଜଗା  କାଳିଆ କେଡେ ବଡ ଭାଗ୍ୟ ମୋତେ ଦେଲୁ 

ଦୁଇବର୍ଷ ପରେ ତୋ ସିଂହଦୁଆରେ ରଥ ଦେଖି ଡ଼ାକି ଦେଲୁ ।।

 

ମହାମାରୀ ପାଇଁ ଯାଇପାରିନାହିଁ ତୋର ରଥ ଯାତ୍ରା ଦେଖି 

ଡୋରି ଲଗାଇ ତୁ ଡାକିଦେଲୁ ମୋତେ ବାହାରିଛି ଯିବି ପୁରୀ

ତୋରଥ ଦଉଡି ଟାଣିବାକୁ ଦେଇ

ମୋତେ କେତେ ଖୁସି ଦେବୁ ।।


ନାଚିବି ଗାଇବି ତୋ ବଡ଼ଦାଣ୍ଡରେ ଆନନ୍ଦରେ ଯିବି ଗଡି

ଶରଧା ବାଲିକୁ କପାଳେ ବୋଳି ମୁଁ ତୋ ନାମେ ଦେବୀ ରଡି

 ସରଗଠୁ ଶାନ୍ତି ସେଠାରେ ପାଇବି ଏଇ ସୁଖ ଟିକେ ଦେବୁ ।।


ନରେନ୍ଦ୍ରେ ସ୍ନାହାନ କରିବି ଜାଇ ମୁଁ ରବିଙ୍କୁ ଜଳ ଟେକି

ମୁକ୍ତି ମଣ୍ଡପରେ ପଣ୍ତିତ ସେବିବି ପାପରୁ ତ୍ରାହି ପାଇବି

 ତୋ ଚିଠି ଖଣ୍ଡକ ଆଜି ପାଇ ଜଗା

ମୋତେ ଆନନ୍ଦରେ ଭସାଇଲୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics