STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

କାହିଁ କେତେ ଦୂରୁ 

କାହିଁ କେତେ ଦୂରୁ 

1 min
3


ଦିଶୁଛି ଜାହାଜ ମାସ୍ତୁଲ 
ଫୁଟିଛି କିଛି ରକ୍ତ ଗୋଲାପ ଫୁଲ 
ବୋଧେ ପାଖେଇ ଆସୁଛି ବେଳ 
କିଏ କହିବ ଆଉ କେତେ କାଳ 
ଅସମୟରେ ପାଚିଯିବ ଫଳ 
ପଚିଯିବ ବି ଏମିତି ଅନେକ ଅସନା 
ପଡୁଛି ଯାହା ସଞ୍ଜ ଠୁ ସକାଳ 
କେତେ ବାହିବ ନଈ ନାଳ 
ଆକାଶ ପାତାଳ ଆଜି କରନ୍ତି ଗଣ୍ଡଗୋଳ 
ଶେଷକୁ ସମୁଦ୍ର କୂଳ 
କୁଢ଼ କୁଢ଼ ଅଳିଆରେ ଆଶ୍ୱାସନା ଭରା
ଏକମାତ୍ର ବୋଧେ ଲୁଣି ଜଳ
ସଞ୍ଜ ସକାଳ ପୁଣି ଖରାବେଳ 
ଜହ୍ନରେ ନାମ ଲେଖିହେଲାନି
ଭୁଲିହୋଇଯାଏ କୌଶଳ 
ସହଜେ ଜହ୍ନରେ ଚିହ୍ନ କଳଙ୍କ 
ଅବା ଜହ୍ନ ଦେହ ସାରା ପଙ୍କିଳ 
ପୁଣି ସୂର୍ଯ୍ୟ ସମ ହେବାକୁ ଆଉ ଗୋଟେ 
 ଯଜ୍ଞ ବିଜ୍ଞ ବିଜ୍ଞାନୀ କୌଶଳ ବକଳ 
ସହଜେ ସୂର୍ଯ୍ୟ ତେଜ ରେ ଗତିଶୀଳ 
କାହିଁ କେତେ ଦୂରୁ ଶୁଭେ ଶକୁନି ପଶାଖେଳ 
ପାଖେଇ ଆସୁଛି ମାସ୍ତୁଲ 
ଆସିଗଲା ଛାଇ ଲେଉଟାଣି ବେଳ
କରିବାକୁ ଜୀବନର ଆହୁତି ତତ୍କାଳ


Rate this content
Log in

Similar oriya poem from Action