ଚିଜ ଟି ମେଜ ଉପରେ
ଥାକରେ ଅବା ସେଲ୍ଫ ରେ
ଅତୀବ ସୁନ୍ଦର ପ୍ରଚ୍ଛଦପଟରେ
ଜ୍ଞାନ ଗୁଣ ଗନ୍ତାଘର
ହସର କୋରାଖ ପୁଣି
ବାର୍ତ୍ତା କବିତା ଗଳ୍ପ ମାଧ୍ୟମରେ
ବହି ଠକେନା
ପ୍ରତିଶ୍ରୁତି କି ପ୍ରତାରଣା ଦିଏନା
ଯିଏ ବୁଝିପାରେ ଆପଣେଇ ପାରେ
ନିଜର ହୁଏ ତାରେ
ମଣିଷ କୀଟପତଙ୍ଗ ଅବା ସରୀସୃପ
ଅଜବ ଆଚ୍ଚରଣ ଉଚ୍ଚାରଣ କୋପ
ବହି ଭଲ ବନ୍ଧୁ ଅମାପ ଜ୍ଞାନ ସିନ୍ଧୁ
ଟୋପା ଟୋପା ଜ୍ଞାନ ବିନ୍ଦୁ ବିନ୍ଦୁ
କେବେ ବର୍ଷା କେବେ ଶୀତ କାକର
ପରି ଛନ୍ଦୁ ବାନ୍ଧୁ କାନ୍ଦୁ
ବହିରୁ ଝାଡ଼ି ଅଳନ୍ଧୁ କରିନେଲେ ବନ୍ଧୁ
ଜଗତ ଜିଣିବାକୁ ସହଜ ସାତସିନ୍ଧୁ